ନୂଆଦିଲ୍ଲୀ : ଫ୍ୟୁଚର ମାର୍କେଟ୍ରେ ସୁନା ଦାମ୍ ରେକର୍ଡ ସ୍ତରରେ ପହଞ୍ଚିଛି। ୧୦ ଗ୍ରାମ ପିଛା ସୁନାର ମୂଲ୍ୟ ୫୬,୨୪୫ ଟଙ୍କା ହୋଇଛି। ଶେଷ ଥର ପାଇଁ ୨୦୨୦ ଅଗଷ୍ଟରେ ସୁନା ଦାମ୍କୁ ଏଭଳି ଉଚ୍ଚ ସ୍ତରରେ ଦେଖିବାକୁ ମିଳିଥିଲା। ଗତବବର୍ଷ ନଭେମ୍ବରଠାରୁ ସୁନା ଦାମ୍ରେ ନିୟମିତ ବୃଦ୍ଧି ହେଉଛି। ଏହା ସର୍ବକାଳୀନ ରେକର୍ଡ ସ୍ତରକୁ ବୃଦ୍ଧି ପାଇଛି। ଆମେରିକା ବଜାର ପ୍ରଭାବରେ ସୁନା ମହଙ୍ଗା ହେଉଛି। ଆନ୍ତର୍ଜାତିକ ସ୍ପଟ୍ ମାର୍କେଟ୍ରେ ସୁନାର ଆଉନ୍ସ ପିଛା ଦାମ୍ ୧୮୯୫.୮୨ ଡଲାର ରହିଛି। ଏହି ମୂଲ୍ୟ ୧୯୨୦ ଡଲାର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp