ନୂଆଦିଲ୍ଲୀ : ଗତ କାଲି ୧୦ ଗ୍ରାମ ପିଛା ୫୯୭ ଟଙ୍କା ହ୍ରାସ ପାଇବା ପରେ ଆଜି ମଧ୍ୟ କମିଛି ସୁନା ଦର । ସୁନା ଆଜି ୧୦ ଗ୍ରାମ ପିଛା ୪୨୩ ଟଙ୍କା ହ୍ରାସ ପାଇ ୪୭,୭୭୭ ଟଙ୍କାରେ ପହଞ୍ଚିଛି । ରୁପା ମଧ୍ୟ କିଲୋଗ୍ରାମ ପିଛା ୧୧୦୫ ଟଙ୍କା ହ୍ରାସ ପାଇ ୬୧,୬୫୨ ଟଙ୍କାରେ ପହଞ୍ଚିଛି । ଅନ୍ତର୍ଜାତୀୟ ବଜାରରେ ସୁନା ଦର କମିବା ଓ ଟଙ୍କା ଦୁର୍ବଳ ହେବା ଯୋଗୁଁ ଘରୋଇ ବଜାରରେ ସୁନା ଦର କମିଥିବା ବିଶେଷଜ୍ଞମାନେ କହିଛନ୍ତି ।
ସେହିପରି ସ୍ପଟ୍ ବଜାରରେ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୪୭,୭୨୩ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ୪୭,୯୧୫ ଟଙ୍କା ରହିଛି । ରୁପା କିଲୋଗଗ୍ରା ପିଛା ୬୧,୨୨୦ ଟଙ୍କା ରହିଛି ବୋଲି ଭାରତୀୟ ବୁଲିୟନ ଓ ଜୁଏଲାରୀ ସଂଘ ପକ୍ଷରୁ ଜାରି ଦର ତାଲିକାରେ କୁହାଯାଇଛି ।
ଅନ୍ତର୍ଜାତୀୟ ବଜାରର ପ୍ରଭାବରୁ ସୁନା ଦର କମିଥିବା ବିଶେଷଜ୍ଞମାନେ କହିଛନ୍ତି । ୟୁଏସ୍ ଫେଡେରାଲ ରିଜର୍ଭ ଦ୍ବାରା ମାର୍ଚ୍ଚ ମାସରେ ସୁଧହାର ବୃଦ୍ଧି ସୂଚନା ଆସିବା ପରେ ଡଲାର ସୁଦୃଢ ହୋଇଛି । ଫଳରେ ଅନ୍ତର୍ଜାତୀୟ ବଜାରରେ ସୁନାଦର ହ୍ରାସ ପାଇଛି । ଆଜି ଅନ୍ତର୍ଜାତୀୟ ବଜାରରେ ସୁନା ଆଉନ୍ସ ପିଛା ୧୭୯୫ ଡଲାର ରହିଛି । ଗତକାଲି ସୁନା ଆଉନ୍ସ ପିଛା ୧୮୧୭ ଡଲାର ଥିଲା । ଗୋଟିଏ ଆଉନ୍ସର ଅର୍ଥ ହେଉଛି ୨୮.୩୪ ଗ୍ରାମ ।