ସୁନା ୩୭୧ ଟଙ୍କା, ରୁପା ୬୩୦ ଟଙ୍କା କମିଲା

ନୂଆଦିଲ୍ଲୀ : ଭାରତୀୟ ବଜାରରେ ସୁନା ଓ ରୁପା ଦର ହ୍ରାସ ପାଇଛି । ଅନ୍ତର୍ଜାତୀୟ ବଜାରରେ ସୁନା ହ୍ରାସ ପାଇବା ଯୋଗୁଁ ଭାରତୀୟ ବଜାରରେ ସୁନା କମିଥିବା କୁହାଯାଉଛି । ପୁଣି ବିବାହ ଋତୁ ଶେଷ ହୋଇଯାଇଥିବାରୁ ଦେଶରେ ସୁନା ଚାହିଦା କମିଛି ।

ଭାରତୀୟ ବୁଲିୟନ ଏଣ୍ଡ ଜୁଏଲର୍ସ ଆସୋସିଏସନ ପକ୍ଷରୁ ଜାରି ଦର ତାଲିକା ଅନୁସାରେ ଗୁରୁବାରଦିନ ୨୪ କ୍ୟାରେଟ ସୁନା (୯୯୯ ଶୁଦ୍ଧତା) ୧୦ ଗ୍ରାମ ପିଛା ୩୩୧ ଟଙ୍କା ହ୍ରାସ ପାଇ ୫୦,୧୮୨ ଟଙ୍କାରେ ପହଞ୍ଚିଛି । ସେହିପରି ୨୨ କ୍ୟାରେଟ୍ ସୁନା ୪୯,୯୮୧ ଟଙ୍କାକୁ ହ୍ରାସ ପାଇଛି । ରୁପା ଦର କିଲୋଗ୍ରାମ ପିଛା ୬୩୦ ଟଙ୍କା ହ୍ରାସ ପାଇ ୫୪,୭୩୭ ଟଙ୍କାରେ ପହଞ୍ଚିଛି ।

ପ୍ରାୟ ୧୧ ବର୍ଷ ପରେ ୟୁରୋପୀୟ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ସୁଧହାର ବୃଦ୍ଧି କରିବା ସମ୍ଭାବନା ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ସୁନା ଦର ୧ ବର୍ଷରେ ସର୍ବନିମ୍ନ ସ୍ତର ଆଉନ୍ସ ପିଛା ୧୬୯୧.୪୦ ଡଲାରକୁ ହ୍ରାସ ପାଇଛି । ପୂର୍ବରୁ ଗତ ଅଗଷ୍ଟ ୨୦୨୧ରେ ସୁନା ଏହି ସ୍ତରରେ ଥିଲା ।

ସେହିପରି ଅନ୍ତର୍ଜାତୀୟ ବଜାରରେ ଡଲାର ସୁଦୃଢ ହେବା ଦ୍ବାରା ନିବେଶକମାନେ ଡଲାରରେ ଅଧିକ ନିବେଶ କରୁଛନ୍ତି । ଏଥପାଇଁ ସୁନା ଦର ହ୍ରାସ ପାଉଛି । ଭାରତ ନିଜ ସୁନା ଆବଶ୍ୟକତାର ଅଧିକାଂଶ ଭାଗ ବିଦେଶରୁ ଆମଦାନୀ କରୁଥିବାରୁ ଅନ୍ତର୍ଜାତୀୟ ବଜାରରେ ସୁନା କମିଲେ ଭାରତରେ ହ୍ରାସ ପାଇଥାଏ ।

 

 

 

ସମ୍ବନ୍ଧିତ ଖବର