ସୁନାଦର ୧୦ ଗ୍ରାମ ପିଛା ୨୩୫ ଟଙ୍କା କମି ଟ.୩୨,୦୧୫ ହେଲା

ନୂଆଦିଲ୍ଲୀ : ଆଜି ସୁନାଦର ୧୦ ଗ୍ରାମ ପିଛା ୨୩୫ଟଙ୍କା ହ୍ରାସ ପାଇ ୩୨,୦୧୫ ଟଙ୍କାକୁ ଖସିଯାଇଛି । ଦିଲ୍ଲୀର ବୁଲିୟନ ମାର୍କେଟରେ ସୁନାଦର ୧୦ ଗ୍ରାମ ପିଛା ୨୩୫ ଟଙ୍କା ହ୍ରାସ ପାଇ ୩୨,୦୧୫ ଟଙ୍କାରେ ପହଞ୍ଚିଛି । ଗତକାଲି ଏହା ୩୫୦ ଟଙ୍କା ବଢିଥିଲା । ରୁପାଦର କିନ୍ତୁ ସ୍ଥିର ରହିଛି । ରୁପା କିଲୋଗ୍ରାମ ପିଛା ଏବେ ୩୭,୯୦୦ ଟଙ୍କାରେ ବିକ୍ରି ହେଉଛି ।

ଭାରତୀୟ ବଜାରରେ ୯୯.୯ ପ୍ରତିଶତ ଓ ୯୯.୫ ପ୍ରତିଶତ ଶୁଦ୍ଧତାର ସୁନା ୨୩୫ ଟଙ୍କା ଲେଖାଏଁ ହ୍ରାସ ପାଇ ଯଥାକ୍ରମେ ୩୨,୦୧୫ ଓ ୩୧,୮୬୫ ଟଙ୍କାକୁ ହ୍ରାସ ପାଇଛି । ଅନ୍ତର୍ଜାତୀୟ ବଜାରରେ ସୁନାଦର ହ୍ରାସ ପାଇଥିବାରୁ ତାହାର ପ୍ରଭାବ ଭାରତୀୟ ବଜାର ଉପରେ ପଡିଛି । ଅନ୍ତର୍ଜାତୀୟ ବଜାରରେ କିନ୍ତୁ ସୁନା ଦର ବୃଦ୍ଧି ପାଇଛି । ୟୁରୋପୀୟ ସଂଘରୁ ବ୍ରିଟେନ ଓହରିବା ବା ବ୍ରେକ୍ସିଟକୁ ନେଇ ବ୍ରିଟେନରେ ସ୍ଥିତି ଅଧିକ ଜଟିଳ ହେବାପରେ ବିଶ୍ୱ ବଜାରରେ ସୁନାଦର ବୃଦ୍ଧି ପାଇଛି ।

ସମ୍ବନ୍ଧିତ ଖବର