ସୁନାଦର ବିଗତ ଦେଢମାସର ସର୍ବନିମ୍ନ ସ୍ତରରେ , ୧୦ ଗ୍ରାମ ପିଛା ଟ.୩୨,୦୧୫କୁ ଖସିଲା

ନୂଆଦିଲ୍ଲୀ : ବିବାହ ଋତୁ ଆରମ୍ଭ ହେବା ସତ୍ତ୍ୱେ ଭାରତୀୟ ବଜାରରେ ସୁନାଦର ଆଜି ବିଗତ ୬ ସପ୍ତାହ ମଧ୍ୟରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ଆଜି ସୁନାଦର ୧୦ ଗ୍ରାମ ପିଛା ୯୦ ଟଙ୍କା ହ୍ରାସ ପାଇ ୩୧,୯୫୦ ଟଙ୍କାକୁ ଖସିଯାଇଛି ।  ଦିଲ୍ଲୀର  ବୁଲିୟନ ମାର୍କେଟରେ ସୁନାଦର ୧୦ ଗ୍ରାମ ପିଛା ୯୦ ଟଙ୍କା ହ୍ରାସ  ପାଇ ୩୧,୯୫୦ ଟଙ୍କାରେ ପହଞ୍ଚିଛି । ରୁପାଦର ମଧ୍ୟ କିଲୋଗ୍ରାମ ପିଛା ୨୦୦ ଟଙ୍କା ହ୍ରାସ ପାଇ କିଲୋଗ୍ରାମ ପିଛା ଏବେ ୩୭,୮୦୦ ଟଙ୍କାରେ ବିକ୍ରି ହେଉଛି ।

ଭାରତୀୟ ବଜାରରେ  ୯୯.୯ ପ୍ରତିଶତ ଓ ୯୯.୫ ପ୍ରତିଶତ ଶୁଦ୍ଧତାର ସୁନା ୯୦ ଟଙ୍କା ଲେଖାଏଁ ହ୍ରାସ ପାଇ ଯଥାକ୍ରମେ ୩୧,୯୫୦ ଓ ୩୧,୮୦୦ ଟଙ୍କାକୁ ହ୍ରାସ ପାଇଛି । ଅନ୍ତର୍ଜାତୀୟ ବଜାରରେ କିନ୍ତୁ ସୁନା ଦର ବୃଦ୍ଧି ପାଇଛି ଆଉନ୍ସ ପିଛା ୧୨୩୦.୦୭ ଡଲାରରେ ପହଞ୍ଚିଛି  ।  ସୂଚନାଯୋଗ୍ୟ ଯେ ଏକ ଆଉନ୍ସ ହେଉଛି ୨୮.୩ ଗ୍ରାମ ।  ୟୁରୋପୀୟ ସଂଘରୁ ବ୍ରିଟେନ ଓହରିବା ବା ବ୍ରେକ୍ସିଟକୁ ନେଇ ବ୍ରିଟେନରେ ସ୍ଥିତି ଅଧିକ ଜଟିଳ ହେବାପରେ ବିଶ୍ୱ ବଜାରରେ ସୁନାଦର ବୃଦ୍ଧି ପାଇଛି ।

ସମ୍ବନ୍ଧିତ ଖବର