ଚାହିଦା ହ୍ରାସ , ସୁନା ୩୦୧,ରୁପା ୯୦୬ ଟଙ୍କା କମିଲା

ନୂଆଦିଲ୍ଲୀ : ଆଜି ସୁନାଦର ୩୦୧ ଟଙ୍କା ହ୍ରାସ ପାଇଛି । ଦିଲ୍ଲୀର ବୁଲିୟନ ମାର୍କେଟରେ ସୁନାଦର ୧୦ ଗ୍ରାମ ପିଛା ୩୦୧ ଟଙ୍କା ହ୍ରାସ ପାଇ ୩୮,୮୭୦ ଟଙ୍କାରେ ପହଞ୍ଚିଛି । ଗତ କିଛି ସପ୍ତାହଧରି ସୁନା କ୍ରମାଗତଭାବେ ବଢିଚାଲିଥିଲା । ଆଜି କିନ୍ତୁ ରୁପାଦର ମଧ୍ୟ ହ୍ରାସ ପାଇଛି । ରୁପା କିଲୋଗ୍ରାମ ପିଛା ୯୦୬ ଟଙ୍କା ହ୍ରାସ ପାଇ ୪୬,୫୦୯ ଟଙ୍କାରେ ପହଞ୍ଚିଛି । ମଙ୍ଗଳବାରଦିନ ସୁନା ୧୦ ଗ୍ରାମ ପିଛା ୩୯,୧୭୧ ଟଙ୍କା ଥିଲା ।
ଅନ୍ତର୍ଜାତୀୟ ବଜାରର ପ୍ରଭାବ ଯୋଗୁଁ ଭାରତରେ ସୁନାଦର ହ୍ରାସ ପାଇଥିବା ଜଣାଯାଇଛି । ଆହୁରି ମଧ୍ୟ ଶିଳ୍ପ ସଂସ୍ଥା ଓ କଏନ ଉତ୍ପାଦନକାରୀଙ୍କ ଦ୍ୱାରା ରୁପା କ୍ରୟ ହ୍ରାସ ଯୋଗୁଁ ଏହା ହୋଇଛି ବୋଲି ଏଚଡିଏଫସି ସିକ୍ୟୁରିଟିଜ ପକ୍ଷରୁ କୁହାଯାଇଛି ।

ଅନ୍ତର୍ଜାତୀୟ ବଜାରରେ ସୁନା ଆଉନ୍ସ ପିଛା ୧୪୮୬ ଡଲାରରେ ସ୍ଥିର ରହିଛି । ରୁପା ମଧ୍ୟ ଆଉନ୍ସ ପିଛା ୧୭.୫୪ ଡଲାରକୁ ହ୍ରାସ ପାଇଛି । ସୂଚନାଯୋଗ୍ୟ ଯେ ଏକ ଆଉନ୍ସ ହେଉଛି ୨୮.୩ ଗ୍ରାମ । ଆଜି ଡଲାର ତୁଳନାରେ ଭାରତୀୟ ଟଙ୍କା ଆଜି ୨୯ ପଇସା ଦୁର୍ବଳ ହୋଇ ୭୦.୯୮ ରେ ପହଞ୍ଚିଛି । ଭାରତରେ ସୁନା ଚାହିଦା ଗତ ୩ ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚିଛି ବୋଲି ବିଶ୍ୱ ସୁନା ପରିଷଦ କହିଛି ।

ସମ୍ବନ୍ଧିତ ଖବର