କମିଚାଲିଛି ସୁନାଦର, ଗତ ୫ ଦିନରେ ୪ର୍ଥ ଥର ପାଇଁ କମିଲା

ନୂଆଦିଲ୍ଲୀ : ଭାରତରେ ଗତ ୫ ଦିନ ହେବ ସୁନା ଦର କମିଚାଲିଛି । ଭାରତୀୟ ବୁଲିୟନ ଏଣ୍ଡ ଜୁଏଲାରୀ ସଂଘ ପକ୍ଷରୁ ପ୍ରକାଶିତ ସୂଚନା ଅନୁସାରେ  ଆଜି ସକାଳ ସୁଦ୍ଧା ୨୪ କ୍ୟାରେଟ ସୁନାଦର ୧୦ ଗ୍ରାମ ପିଛା ୫୦୪୧୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ ସୁନା ଦର ୪୮୭୦୦ ଟଙ୍କା ଥିଲା । ଏହା ଗତକାଲିର ଦର ତୁଳନାରେ ପ୍ରାୟ ୧୦୦ ଟଙ୍କା କମ । ସୁନାଦର ହ୍ରାସ ପରିମାଣ କମ ଥିଲେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହେଉଛି ଯେ ଗତ ୫ ଦିନରେ ସୁନା ୪ ଥର କମିଲାଣି ।

ମୁମ୍ବାଇର ମଲଟି କମୋଡିଟି ଏକ୍ସଚେଞ୍ଜରେ  ସୁନା ୧୨୦ ଟଙ୍କା ହ୍ରାସ ପାଇ ୫୧୮୯୦ ଟଙ୍କାରେ ପହଞ୍ଚିଛି । ସେହିପରି ରୁପା କିଲୋଗ୍ରାମ ପିଛା ୨୦୦ ଟଙ୍କା ହ୍ରାସ ପାଇ ୬୧୨୦୦ ଟଙ୍କାରେ ପହଞ୍ଚିଛି । ଅନ୍ତର୍ଜାତୀୟ ବଜାରର ପ୍ରଭାବ ଓ ଘରୋଇ ବଜାରରେ ସୁନା ଚାହିଦା ହ୍ରାସ ପାଇଥିବାରୁ ଦର କମୁଥିବା କୁହାଯାଉଛି । ତେବେ ଆଗକୁ ପାର୍ବଣ ଓ ବିବାହ ଋତୁ ଥିବାରୁ ସୁନା ଦର ପୁଣି ବଢିବାର ସମ୍ଭାବନା ରହିଛି ।

ତେବେ ଦକ୍ଷିଣ ଭାରତୀୟ ସହର ଗୁଡ଼ିକରେ ସୁନାଦର ଅନ୍ୟ ଭାଗ ଅପେକ୍ଷା କମ ରହିଛି । ବାଙ୍ଗାଲୁରୁରେ ୨୨ କ୍ୟାରେଟ ସୁନା ଦର ୪୭୫୬୦ ଟଙ୍କା ଥିବାବେଳେ କେରଳରେ ୪୬୬୧୦ ଟଙ୍କା ରହିଛି । ସେହିପରି ୨୪ କ୍ୟାରେଟ ଦର ବାଙ୍ଗାଲୁରୁରେ ୫୨୮୯୦ ଟଙ୍କା ରହିଛି ।

ସମ୍ବନ୍ଧିତ ଖବର