ସୁନାଦର ୩୯୦ ଟଙ୍କା ହ୍ରାସ ପାଇ ୩୨ ହଜାର ତଳକୁ ଖସିଲା

ନୂଆଦିଲ୍ଲୀ : ଆଜି ସୁନାଦର ୩୯୦ ଟଙ୍କା ହ୍ରାସ ପାଇ ୩୨ ହଜାର ତଳକୁ ଖସିଯାଇଛି । ଭାରତୀୟ ବଜାରରେ ସୁନା ୧୦ ଗ୍ରାମ ପିଛା ୩୯୦ ଟଙ୍କା ହ୍ରାସ ପାଇ ୩୧,୮୦୦ ଟଙ୍କାରେ ପହଞ୍ଚିଛି । ଦିଲ୍ଲୀର ବୁଲିୟନ ମାର୍କେଟରେ ସୁନାଦର ୧୦ ଗ୍ରାମ ପିଛା ୩୯୦ ଟଙ୍କା ହ୍ରାସ ପାଇ ୩୧,୮୦୦ ଟଙ୍କାରେ ପହଞ୍ଚିଛି । ଗତ ଜୁନ ୧ରେ ସୁନା ୩୨ ହଜାର ତଳକୁ ଖସିଯାଇଥିଲା । ତେବେ ପରେ ଏହା କ୍ରମାଗତଭାବେ ବଢି ଥିଲା । ରୁପାଦର ମଧ୍ୟ ହ୍ରାସ ପାଇଛି । ରୁପା କିଲୋଗ୍ରାମ ପିଛା ୧୦୫୦ ଟଙ୍କା ହ୍ରାସ ପାଇ ୪୧,୩୫୦ ଟଙ୍କାରେ ପହଞ୍ଚିଛି । ଶିଳ୍ପ ସଂସ୍ଥା ଓ କଏନ ଉତ୍ପାଦନକାରୀଙ୍କ ରୁପା କ୍ରୟ ହ୍ରାସ ଯୋଗୁଁ ଏହା ହୋଇଛି । ଭାରତୀୟ ବଜାରରେ ୯୯.୯ ପ୍ରତିଶତ ଓ ୯୯.୫ ପ୍ରତିଶତ ଶୁଦ୍ଧତାର ସୁନା ୩୯୦ ଟଙ୍କା ଲେଖାଏଁ ହ୍ରାସ ପାଇ ଯଥାକ୍ରମେ ୩୧,୮୦୦ ଓ ୩୧,୬୫୦ ଟଙ୍କାକୁ ହ୍ରାସ ପାଇଛି । ଅନ୍ତର୍ଜାତୀୟ ବଜାରରେ ସୁନାଦର ହ୍ରାସ ପାଇଥିବାରୁ ତାହାର ପ୍ରଭାବ ଭାରତୀୟ ବଜାର ଉପରେ ପଡିଛି । ଅନ୍ତର୍ଜାତୀୟ ବଜାରରେ ସୁନା ଆଉନ୍ସ ପିଛା ୧.୭୭% ହ୍ରାସ ପାଇ ୧୨୭୮.୯ ଡଲାରରେ ପହଞ୍ଚିଛି । ସୂଚନାଯୋଗ୍ୟ ଯେ ଏକ ଆଉନ୍ସ ହେଉଛି ୨୮.୩ ଗ୍ରାମ । ଆଗାମୀ ଦିନରେ ସୁନା ଦର ୩୧,୭୦୦ ରୁ ୩୨,୫୦୦ ମଧ୍ୟରେ ରହିବା ଆଶା କରାଯାଉଛି ।

ସମ୍ବନ୍ଧିତ ଖବର