ଅନ୍ତର୍ଜାତୀୟ ବଜାରର ପ୍ରଭାବ, ଭାରତରେ ସୁନା ଦର ୧୩୦ ଟଙ୍କା କମିଲା

ନୂଆଦିଲ୍ଲୀ : ଆମେରିକା ଓ ଚୀନ ମଧ୍ୟରେ ବାଣିଜ୍ୟ ଲଢେଇ ଶେଷ ହେବାର ଆଶା ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ସୁନା ଦର ହ୍ରାସ ପାଇଛି । ଏହାର ପ୍ରଭାବ ଘରୋଇ ବଜାରେ ଉପରେ ପଡିଛି ଓ ଗତ କିଛି ଦିନ ଧରି ବଢିଚାଲିଥିବା ସୁନା ଦର ଉପରେ ଲଗାମ ଲାଗିଛି । ଭାରତରେ ସୁନା ଦର ସୋମବାରଦିନ ୧୦ ଗ୍ରାମ ପିଛା ୧୩୦ ଟଙ୍କା ହ୍ରାସ ପାଇ ୩୪,୧୪୦ ଟଙ୍କାରେ ପହଞ୍ଚିଛି ।

ଗତ ଶନିବାର ଦିନ ମଧ୍ୟ ସୁନାଦର ୧୦ ଗ୍ରାମ ପିଛା ୧୫ ଟଙ୍କା ହ୍ରାସ ପାଇଥିଲା । ଘରୋଇ ବଜାରରେ ମଧ୍ୟ ସୁନାର ଚାହିଦା ହ୍ରାସ ପାଇଛି । କାରଣ ବିବାଦ ଋତୁ ଶେଷ ହେବାକୁ ଆଉ ଅଳ୍ପ କିଛି ଦିନ ବାକି ଥିବାରୁ ଜୁଏଲର୍ସମାନଙ୍କ ସୁନା କ୍ରୟ କମିଛି । ରୁପା ଦର ମଧ୍ୟ ହ୍ରାସ ପାଇଛି । ଏହା କିଲୋଗ୍ରାମ ପିଛା ୨୬୦ ଟଙ୍କା ହ୍ରାସ ପାଇ ୩୮୫୭୦ ଟଙ୍କାରେ ପହଞ୍ଚିଛି । ଜି-୨୦ ସମ୍ମିଳନୀ ଅବସରରେ ଆମେରକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଚୀନ ରାଷ୍ଟ୍ରପତି ସି ଜିନ ପିଂଙ୍କ ମଧ୍ୟରେ ଆଲୋଚନାରେବାଣିଜ୍ୟ ଲଢେଇ ଶେଷ ହେବାର ଆଶା ସୃଷ୍ଟି ହୋଇଛି ।

ସମ୍ବନ୍ଧିତ ଖବର