ମୁମ୍ବାଇ: େଦଶରେ ପ୍ରଥମ ଥର ପାଇଁ ସୁନାର ୧୦ ଗ୍ରାମ ପିଛା ଦାମ୍ ୫୩,୦୦୦ ଟଙ୍କାରୁ ଅଧିକ ହୋଇଛି। ସୁନା କାରବାର ହେଉଥିବା ମୁମ୍ବାଇର ବଜାରରେ ସୁନା ଦାମ୍ ଆଜି ୫୩,୦୧୩ ଟଙ୍କାରେ ପହଞ୍ଚିଛି। ଆନ୍ତର୍ଜାତିକ ବଜାରରେ ସୁନାର ଆଉନ୍ସ ପିଛା ଦର ୨୦୦୦ ଡଲାରରୁ ଅଧିକ ରହିଛି। ଆଗାମୀ ଦିନରେ ଏହି ମୂଲ୍ୟବାନ ଧାତୁର ଦାମ୍ ଆଉ କେତେ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇବ ତାହାର ସଠିକ୍ ଆକଳନ କେହି ଲଗାଇପାରୁନାହାନ୍ତି। ସାରା ବିଶ୍ବରେ କରୋନା ସଂକ୍ରମଣ ଭୟ ରହିଥିବାରୁ ଷ୍ଟକ ବଜାରରୁ ଆଶାନୁରୂପ ରିଟର୍ଣ୍ଣ ମିଳୁନାହିଁ।
ସେଥିପାଇଁ ନିଜ ପାଣ୍ଠିକୁ ସୁରକ୍ଷିତ ରଖିବା ଲାଗି ନିବେଶକମାନେ ସୁନାରେ ଅଧିକ ନିବେଶ କରୁଛନ୍ତି। ଆଗାମୀ ଦିନରେ ସୁନାର ଆଉନ୍ସ ପିଛା ଦାମ ୩୦୦୦ ଡଲାରରୁ ଅଧିକ ହୋଇପାରେ ବୋଲି ମଧ୍ୟ କିଛି ବିଶେଷଜ୍ଞ ଆକଳନ କରୁଛନ୍ତି। ଖୁଚୁରା ବଜାରରେ ମଧ୍ୟ ସୁନା ଦାମ୍ ଆକାଶଛୁଆଁ ସ୍ତରରେ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/gold1.jpg)