ସୁନା ଦାମ୍ ୪୬ ହଜାରକୁ ହ୍ରାସ

ନୂଆଦିଲ୍ଲୀ: ସୁନାର ୧୦ ଗ୍ରାମ ପିଛା ଦାମ୍ ୪୬ ହଜାର ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଛି। ମଲ୍‌ଟି କମୋଡିଟି ଏକ୍ସଚେଞ୍ଜ (ଏମ୍‌ସିଏକ୍ସ)ରେ ୪୬,୩୭୫ ଟଙ୍କା ମୂଲ୍ୟରେ ସୁନା ବିକ୍ରି ହୋଇଛି। ମାତ୍ର ରୁପାର କିଲୋ ପିଛା ଦାମ୍ ବୃଦ୍ଧି ପାଇ ୬୨,୬୦୦ ଟଙ୍କା ହୋଇଛି। ଆନ୍ତର୍ଜାତିକ ବଜାରରେ ସୁନାର ଆଉନ୍ସ ପିଛା ଦାମ୍ ୧୭୪୯.୬୨ ଡଲାର ରହିଛି। ସୁନା ଦାମ୍ ଏହାର ସର୍ବୋଚ୍ଚ ସ୍ତର ଠାରୁ ଏବେ ୧୦ ହଜାର ଟଙ୍କା କମ୍ ରହିଛି। ଚଳିତ ବର୍ଷ ସୁନା ଦାମ୍‌ରେ ୪୦୦୦ ଟଙ୍କାର ହାସ ହୋଇଛି। ଗତବର୍ଷ କରୋନା ମହାମାରୀ ପ୍ରଭାବରେ ସୁନା ମୂଲ୍ୟରେ ରେକର୍ଡ ବୃଦ୍ଧି ଘଟିଥିଲା।

୨୦୨୦ ଅଗଷ୍ଟ ବେଳକୁ ୧୦ ଗ୍ରାମ ପିଛା ସୁନାର ଦାମ୍ ୫୬,୧୯୧ ଟଙ୍କା ଭଳି ଉଚ୍ଚ ସ୍ତରରେ ପହଞ୍ଚିଯାଇଥିଲା। ଗତବର୍ଷ ସୁନାରେ ନିବେଶ କରିଥିବା ନିବେଶକମାନେ ୪୩% ରିଟର୍ଣ୍ଣ ପାଇଛନ୍ତି। ଯଦିଓ ସୁନାର ସର୍ବୋଚ୍ଚ ଦାମ୍‌ ସହ ତୁଳନା କରାଯିବ ତେବେ ଏବେ ତାହା ୨୫% ଶସ୍ତା ହୋଇଥିବା ଜଣାପଡ଼ିଛି। ନୂଆଦିଲ୍ଲୀ ବଜାରରେ ୧୦ ଗ୍ରାମ ପିଛା ସୁନାର ଦାମ୍ ୧୫୯ ଟଙ୍କା ବୃଦ୍ଧି ପାଇ ୪୫,୧୩୦ ଟଙ୍କା ହୋଇଛି। ରୁପା ଦାମ୍ ମଧ୍ୟ ୯୯ ଟଙ୍କା ବୃଦ୍ଧି ପାଇ ୬୧,୨୫୦ ଟଙ୍କା ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର