ଅଳଙ୍କାର ପ୍ରେମୀଙ୍କ ପାଇଁ ଖୁସି ଖବର: କମିଲା ସୁନା ଦର

ମୁମ୍ବାଇ: ପଞ୍ଚମ ଥରର ଲକ୍‌ଡାଉନ୍‌ରେ ଅନେକ କିଛି କୋହଳ ହୋଇଥିବା ବେଳେ ସୁନା ପ୍ରେମୀଙ୍କ ପାଇଁ ଏକ ଖୁସି ଖବର। ସୁନା ଦରରେ ୦.୨୧ ପ୍ରତିଶତ ହାସ୍ର ଘଟି ଦର ଏବେ ୧୦ ଗ୍ରାମ୍‌ ପିଛା ୪୭୦୦୭ ଟଙ୍କାରେ ପହଞ୍ଚିଛି। ମାତ୍ର ରୁପା ଦର ବୃଦ୍ଧି ପାଇଥିବା ସୂଚନା ରହିଛି। ରୌପ୍ୟ ଦର ୦.୬ ପ୍ରତିଶତ ବଢ଼ି କିଲୋପିଛା ୫୦୪୦୯ ଟଙ୍କାରେ ପହଞ୍ଚିଛି।

ଲାଇଭ୍‌ ମିଣ୍ଟ୍‌ର ରିପୋର୍ଟ ମୁତାବକ, ଅନ୍ତର୍ଜାତୀୟ ବଜାରରେ ଯଦିଓ ସୁନା ଦର ବୃଦ୍ଧି ପାଇଛି ମାତ୍ର ଭାରତୀୟ ବଜାରରେ ସୁନା ଦରରେ ହ୍ରାସ ଘଟିଛି। ଆମେରିକାରେ ହୋଇଥିବା ହିଂସା ଓ କର୍ଫ୍ୟୁ କାରଣରୁ ଏପରି ଘଟିଛି ବୋଲି ଶୁଣିବାକୁ ମିଳୁଛି।


Hamariweb.com News

ଲକ୍‌ଡାଉନ୍‌ ପରେ ପରେ ଅଧିକାଂଶ ସମୟରେ ଚଢ଼ା ସୁନା ଦର ଦେଖିବାକୁ ମିଳିଥିଲା। ତେବେ ଏହି ସୁନା ଦର ହ୍ରାସର ପ୍ରଭାବ ସେୟାର୍‌ ମାର୍କେଟରେ ବି ଦେଖିବାକୁ ମିଳିଛି।

ସୁନା ଦରରେ ସବୁଠାରୁ ଅଧିକ ହ୍ରାସ ଗତ ମାସ ହୋଇଥିଲା। ମେ ୧୨ ତାରିଖରେ ସୁନା ଦର କମି ୪୫,୩୦୦ ହୋଇ ଯାଇଥିଲା। ସେହିପରି ମେ ୨୦ ତାରିଖରେ ସୁନା ଦର ସର୍ବାଧିକ ବଢ଼ି ୪୭,୬୦୦ ଟଙ୍କାରେ ପହଞ୍ଚିଥିଲା।

ସମ୍ବନ୍ଧିତ ଖବର