କମିଲା ସୁନା ଓ ରୁପାଦର

ନୂଆଦିଲ୍ଲୀ : ଆଜି ଦେଶରେ ସୁନା ଓ ରୁପାଦର ହ୍ରାସ ପାଇଛି । ଭାରତୀୟ ବୁଲିୟନ ଏଣ୍ଡ ଜୁଏଲାରୀ ସଂଘ ପକ୍ଷରୁ ପ୍ରକାଶିତ ସୂଚନା ଅନୁସାରେ  ଆଜି ସଂଧ୍ୟା ସୁଦ୍ଧା ୨୪ କ୍ୟାରେଟ ସୁନାଦର ୧୦ ଗ୍ରାମ ପିଛା ୫୦୪୨୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ ସୁନା ଦର ୪୮୭୧୦ ଟଙ୍କା ଥିଲା । ଏହା ଗତକାଲିର ଦର ତୁଳନାରେ ପ୍ରାୟ ୬୨୯ ଟଙ୍କା କମ । ରୁପାଦର ମଧ୍ୟ କିଲୋଗ୍ରାମ ପିଛା ୧୨୧୮ ଟଙ୍କା ହ୍ରାସ ପାଇ ୬୭,୩୭୪ ଟଙ୍କାରେ ପହଞ୍ଚିଛି ।

ସେହିପରି ଏଚଡିଏଫସି ସିକ୍ୟୁରିଟିଜର ରିପୋର୍ଟ ଅନୁସାରେ ଦିଲ୍ଲୀରେ ସୁନା ୧୦ ଗ୍ରାମ ପିଛା ୬୧୪ ଟଙ୍କା ହ୍ରାସ ପାଇ ୪୯,୭୬୩ ଟଙ୍କାରେ ପହଞ୍ଚିଛି । ସେହିପରି ରୁପା ଦର କିଲୋଗ୍ରାମ ପିଛା ୧୬୦୯ ଟଙ୍କା ହ୍ରାସ ପାଇ ୬୭,୫୧୮ ଟଙ୍କାରେ ପହଞ୍ଚିଛି ।

ଅନ୍ତର୍ଜାତୀୟ ବଜାରରେ ସୁନାଦର ଗତ ହ୍ରାସ ପାଇବା ଯୋଗୁଁ ଭାରତରେ ଦର କମୁଛି ବୋଲି ଟ୍ରେଡରମାନେ କହିଛନ୍ତି । ସ୍ପଟ୍‌ ବଜାରରେ ସୁନା ଆଉନ୍ସ ପିଛା ୧୮୮୯ ଡଲାରକୁ ହ୍ରାସ ପାଇଛି । ସୂଚନାଯୋଗ୍ୟ ଯେ ଏକ ଆଉନ୍ସ ହେଉଛି ୧୭.୪୯ ଗ୍ରାମ ।

ସମ୍ବନ୍ଧିତ ଖବର