ସୁନାଦର ୭୬୧ ଟଙ୍କା ବୃଦ୍ଧି, ୧୦ ଗ୍ରାମ ପିଛା ୪୮,୪୧୪ ଛୁଇଁଲା

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ବଜାରରେ ସୁନା ଦର ବୃଦ୍ଧି ଓ ଡଲାର ତୁଳନାରେ ଭାରତୀୟ ଟଙ୍କା ଦୁର୍ବଳ ହେବା ଫଳରେ ଭାରତୀୟ ବଜାରରେ ଏହି ମୂଲ୍ୟବାନ ଧାତୁର ଦର ବଢିଚାଲିଛି । ଆଜି ସୁନାଦର ୧୦ ଗ୍ରାମ ପିଛା ୭୬୧ ହଜାର ଟଙ୍କା ଛୁଇଁଛି । ସେହିପରି ରୁପାମଧ୍ୟ କିଲୋଗ୍ରାମ ପିଛା ୪୮,୪୧୪ ଟଙ୍କାରେ ପହଞ୍ଚିଛି । ରୁପା ମଧ୍ୟ କିଲୋଗ୍ରାମ ପିଛା ୧୩୦୮ ଟଙ୍କା ବୃଦ୍ଧି ପାଇ ୪୯୨୦୪ ଟଙ୍କାରେ ପହଞ୍ଚିଛି ।
ବିଶ୍ୱରେ କରୋନା ସଂକ୍ରମଣ ସଂଖ୍ୟା ବଢୁଥିବାବେଳେ ତାହାର ପ୍ରଭାବ ବିଶ୍ୱ ଅର୍ଥନୀତି ଉପରେ ପଡ଼ିଛି । ବିଶ୍ୱର ପ୍ରମୁଖ ଷ୍ଟକ ବଜାରରେ ଦ୍ରୁତ ହ୍ରାସ ଦେଖାଦେଇଛି । ଏହ ଫଳରେ ନିବେଶକମାନେ ସୁନାରେ ନିବେଶ କରିବାକୁ ଅଧିକ ସୁରକ୍ଷିତ ମନେ କରୁଛନ୍ତି । ଏହି କାରଣରୁ ସୁନାଦର ବଢିଚାଲିଛି ।

ଅନ୍ତର୍ଜାତୀୟ ବଜାରରେ ସୁନାଦର ଗତ ୭ ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ସ୍ପଟ୍‌ ବଜାରରେ ସୁନା ଆଉନ୍ସ ପିଛା ୧.୫ ପ୍ରତିଶତ ବୃଦ୍ଧି ପାଇ ୧୭୩୧ ଡଲାରରେ ପହଞ୍ଚିଛି । ସୂଚନାଯୋଗ୍ୟ ଯେ ଏକ ଆଉନ୍ସ ହେଉଛି ୧୭.୪୯ ଗ୍ରାମ । ଡଲାର ତୁଳନାରେ ଭାରତୀୟ ଟଙ୍କା ଦୁର୍ବଳ ହେବା ଫଳରେ ମଧ୍ୟରେ ସୁନାଦର ବୃଦ୍ଧି ପାଉଛି ।

ବିଶେଷଜ୍ଞମାନଙ୍କ ମତରେ ବିଶ୍ୱ ଅର୍ଥନୀତିର ପରିସ୍ଥିତି ଆହୁରି ଜଟିଳ ହେଲେ ସୁନାଦର ଆହୁରି ବୃଦ୍ଧି ପାଇବ । ଆଜି ଡଲାର ତୁଳନାରେ ଭାରତୀୟ ଟଙ୍କା ୧୭ ପଇସା ହ୍ରାସ ପାଇ ୭୬.୨୦ରେ ପହଞ୍ଚିଛି । ଏହା ଯୋଗୁଁ ସୁନା ଆମଦାନୀ ମହଙ୍ଗା ହେଉଛି । ଭାରତ ନିଜ ସୁନା ଚାହିଦାର ଏକ ବଡ଼ ଭାଗ ବିଦେଶରୁ ଆମଦାନୀ କରିଥାଏ । ତେବେ ଲକଡାଉନ ଯୋଗୁଁ ଏପ୍ରିଲ ମାସରେ ସୁନା ଆମଦାନୀ ହୋଇନଥିଲା ।

ସମ୍ବନ୍ଧିତ ଖବର