ଧନତେରସରେ ସୁନା ଦର ୨୦୦ ଟଙ୍କା ବଢିଲା

ନୂଆଦିଲ୍ଲୀ : ଧନତେରାସ ଦିନରେ ସୁନା ଦରରେ ସାମାନ୍ୟ ବୃଦ୍ଧି ପରିଲକ୍ଷିତ ହୋଇଛି । ତେବେ ଏବେ ବି ଏହା ୫୧୦୦୦ ତଳେ ରହିଛି ।

ଭାରତୀୟ ବୁଲିୟନ ଓ ଜୁଏଲାରୀ ସଂଘର ସୂଚନା ଅନୁସାରେ ଆଜି ସୁନା (୨୨ କ୍ୟାରେଟ୍) ୧୦ ଗ୍ରାମ ପିଛା ୨୦୦ ଟଙ୍କା ବୃଦ୍ଧି ପାଇ ୫୦୯୫୦ଟଙ୍କାରେ ପହଞ୍ଚିଛି । ଗତ କାଲି ସୁନା ୧୦ ଗ୍ରାମ ପିଛା ୫୦୭୦୨ ଟଙ୍କା ଥିଲା ।

ସେହିପରି ମଲଟି କମୋଡିଟି ଏକ୍ସଚେଞ୍ଜ (ଏମସିଏକ୍ସ)ରେ ଡିସେମ୍ବର ଡେଲିଭରୀ ପାଇଁ ସୁନା ୫୦୭୦୦ ଟଙ୍କାକୁ ବୃଦ୍ଧି ପାଇଛି ।  ସେହିପରି ରୁପା କିଲୋଗ୍ରାମ ପିଛା ୬୨୭୫୬ ଟଙ୍କାରେ ସ୍ଥିର ରହିଛି ।

ବଜାର ବିଶେଷଜ୍ଞଙ୍କ ମତରେ ଏହି ପାର୍ବଣ ଋତୁରେ ସୁନା ଚାହିଦା ବଢିବାର ସମ୍ଭାବନା ଥିବାରୁ ସୁନାଦର ଆହୁରି ବଢିବାର ସମ୍ଭାବନା ରହିଛି । ସେହିପରି ଅନ୍ତର୍ଜାତୀୟ ଅର୍ଥନୀତିରେ ଦେଖାଦେଇଥିବା ଅନିଶ୍ଚିତତା ଯୋଗୁଁ ମଧ୍ୟ ସୁନା ଦର ବଢିବାର ସମ୍ଭାବନା ରହିଛି ।

ସୂଚନାଯୋଗ୍ୟ ଯେ, ଆଜି ସାରା ଦେଶରେ ଧନତ୍ରୟୋଦଶୀ ବା ଧନତେରସ ଭାବେ ପାଳନ କରାଯାଉଛି । ଆଜିର ଦିନରେ ସୁନା ବା ମୂଲ୍ୟବାନ ଧାତୁ କିଣିଲେ ସମୃଦ୍ଧି ପ୍ରାପ୍ତି ହୁଏ ବୋଲି ଲୋକମାନଙ୍କର ବିଶ୍ବାସ ରହିଛି ।

 

ସମ୍ବନ୍ଧିତ ଖବର