ସୁନାଦର ୧୦ ଗ୍ରାମ ପିଛା ୨୫୦ ଟଙ୍କା ବୃଦ୍ଧି ପାଇ ଟ.୩୨,୩୫୦ ରେ ପହଞ୍ଚିଲା

ନୂଆଦିଲ୍ଲୀ : ବିବାହ ଋତୁ ଆରମ୍ଭ ହୋଇଯାଇଥିବାରୁ ଦେଶରେ ସୁନା ଚାହିଦା ବଢିଛି । ଏହା ସହିତ ଅନ୍ତର୍ଜାତୀୟ ବଜାରରେ ମଧ୍ୟ ସୁନା ଦର ବୃଦ୍ଧି ପାଇଛି । ଏହା ଫଳରେ ସୁନା ଦର ଆଜି ୧୦ ଗ୍ରାମ ପିଛା ୨୫୦ ଟଙ୍କା ବୃଦ୍ଧି ପାଇଛି । ରୁପା ମଧ୍ୟ କିଲୋଗ୍ରାମ ପିଛା ୮୦୦ ଟଙ୍କା ବୃଦ୍ଧି ପାଇଛି । ଏହି ବୃଦ୍ଧି ଫଳରେ ଦିଲ୍ଲୀର ବୁଲିୟନ ମାର୍କେଟରେ ସୁନାଦର ୧୦ ଗ୍ରାମ ପିଛା ୩୨,୩୫୦ ଟଙ୍କାରେ ପହଞ୍ଚିଛି । ରୁପାଦର ମଧ୍ୟ କିଲୋଗ୍ରାମ ପିଛା ୮୦୦ ଟଙ୍କା ବୃଦ୍ଧି ପାଇ କିଲୋଗ୍ରାମ ପିଛା ଏବେ ୩୮,୫୦୦ ଟଙ୍କାରେ ବିକ୍ରି ହେଉଛି ।

ଭାରତୀୟ ବଜାରରେ ୯୯.୯ ପ୍ରତିଶତ ଓ ୯୯.୫ ପ୍ରତିଶତ ଶୁଦ୍ଧତାର ସୁନା ୯୦ ଟଙ୍କା ଲେଖାଏଁ ହ୍ରାସ ପାଇ ଯଥାକ୍ରମେ ୩୨,୩୫୦ ଓ ୩୨,୨୦୦ ଟଙ୍କାକୁ ହ୍ରାସ ପାଇଛି । ଅନ୍ତର୍ଜାତୀୟ ବଜାରରେ କିନ୍ତୁ ସୁନା ଦର ବୃଦ୍ଧି ପାଇଛି ଆଉନ୍ସ ପିଛା ୧୨୪୭.୪୬ ଡଲାରରେ ପହଞ୍ଚିଛି । ସୂଚନାଯୋଗ୍ୟ ଯେ ଏକ ଆଉନ୍ସ ହେଉଛି ୨୮.୩ ଗ୍ରାମ ।

ସମ୍ବନ୍ଧିତ ଖବର