ସୁନା ୧୯୪ ଟଙ୍କା, ରୁପା ୧୧୮୪ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ବଜାରରେ ସୁନା ଦର ବୃଦ୍ଧି ଓ ଡଲାର ତୁଳନାରେ ଭାରତୀୟ ଟଙ୍କା ଦୁର୍ବଳ ହେବା ଫଳରେ ଭାରତୀୟ ବଜାରରେ ଏହି ମୂଲ୍ୟବାନ ଧାତୁର ଦର ବଢିଚାଲିଛି । ଆଜି ସୁନାଦର ୧୦ ଗ୍ରାମ ପିଛା ୧୯୪ ଟଙ୍କା ବୃଦ୍ଧି ପାଇ ୪୯,୪୫୫ ଟଙ୍କାରେ ପହଞ୍ଚିଛି । ସେହିପରି ରୁପାମଧ୍ୟ କିଲୋଗ୍ରାମ ପିଛା ୧୧୮୪ ଟଙ୍କା ବୃଦ୍ଧି ପାଇ ୬୬,୯୬୯ ଟଙ୍କାରେ ପହଞ୍ଚିଛି ।

ଅନ୍ୟପକ୍ଷରେ ଭାରତୀୟ ବୁଲିୟନ ଏଣ୍ଡ ଜୁଏଲର୍ସ ଆସୋସିଏସନ ଦ୍ବାରା ପ୍ରକାଶିତ ତଥ୍ୟ ଅନୁସାରେ ୨୪ କ୍ୟାରେଟ ସୁନା ଦର ୫୦ ହଜାର ଟଙ୍କା ଟପିଯାଇଛି  । ସେହିପରି ୨୨୨ କ୍ୟାରେଟ ସୁନା ୪୮୩୧୦ ଟଙ୍କା ରହିଛି ।

ଅନ୍ତର୍ଜାତୀୟ ବଜାରରେ ସୁନା ଆଉନ୍ସ ପିଛା ୧୮୭୪ ଡଲାରରେ ପହଞ୍ଚିଛି । ସେହିପରି ରୁପା ଆଉନ୍ସ ପିଛା ୨୫.୬୩ ଡଲାରରେ ପହଞ୍ଚିଛି ।  ସୂଚନାଯୋଗ୍ୟ ଯେ ଏକ ଆଉନ୍ସ ହେଉଛି ୧୭.୪୯ ଗ୍ରାମ । ଡଲାର ତୁଳନାରେ ଭାରତୀୟ ଟଙ୍କା ଦୁର୍ବଳ ହେବା ଫଳରେ ମଧ୍ୟରେ ସୁନାଦର ବୃଦ୍ଧି ପାଉଛି ।

ଆମେରିକା ଫେଡେରାଲ ରିଜର୍ଭ ଦ୍ବାରା ଷ୍ଟିମୁଲସ ପ୍ୟାକେଜ ଘୋଷଣା ଆଶା ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ସୁନା ଦର ବଢିଛି ।

ସମ୍ବନ୍ଧିତ ଖବର