ନୂଆଦିଲ୍ଲୀ: ସୁନାଦର ଗତ କିଛି ବର୍ଷହେଲା କ୍ରମାଗତଭାବେ ବଢିଚାଲିଛି । ଏଣୁ ସୁନାରେ ନିବେଶକୁ ନିବେଶକମାନେ ଅଧିକ ପସନ୍ଦ କରୁଛନ୍ତି । ଏବେ ସୁନାଦରକୁ ନେଇ ଅନ୍ତର୍ଜାତୀୟ ଇନଭେଷ୍ଟମେଣ୍ଟ ସଂସ୍ଥା ଗୋଲଡମ୍ୟାନ ସାକ୍ସର ଆକଳନ ଆସିଛି ।
ଗୋଲ୍ଡମ୍ୟାନ୍ ସାକ୍ସ ପୂର୍ବାନୁମାନ କରିଛି ଯେ ଆସନ୍ତା ବର୍ଷ ପ୍ରାରମ୍ଭରେ ଅନ୍ତର୍ଜାତୀୟ ବଜାରରେ ସୁନା ୨,୭୦୦ ଡଲାରରେ ପହଞ୍ଚିପାରେ। ଆଜି ବିଶ୍ୱ ବଜାରରେ ସୁନା ପ୍ରାୟ ୧ ପ୍ରତିଶତ ବୃଦ୍ଧି ପାଇ ଆଉନ୍ସ ପିଛା ୨,୫୦୭ ଡଲାରରେ କାରବାର କରୁଛି । ଅର୍ଥାତ୍ ଯଦି ଗୋଲ୍ଡମ୍ୟାନ୍ ସାକ୍ସର ଆକଳନ ଠିକ୍ ପ୍ରମାଣିତ ହୁଏ ତେବେ ଆସନ୍ତା ୫ରୁ ୬ ମାସ ମଧ୍ୟରେ ସୁନା ଦର ୭ରୁ ୮ ପ୍ରତିଶତ ବଢ଼ିପାରେ। ଏହି ହିସାବ ଅନୁସାରେ ଭାରତରେ ବି ସୁନାଦର ସେହି ସମୟ ସୁଦ୍ଧା ୭୮ ହଜାର ଟପିଯିବ ଓ ଆସନ୍ତା ବର୍ଷ ହିଁ ୧ ଲକ୍ଷ ଟଙ୍କା ଛୁଇଁବାର ସମ୍ଭାବନା ରହିଛି ।
ଗୋଲ୍ଡମ୍ୟାନ୍ ସାକ୍ସ ପୂର୍ବାନୁମାନ କରିଛି ଯେ ଆସନ୍ତା ବର୍ଷ ପ୍ରାରମ୍ଭରେ ଅନ୍ତର୍ଜାତୀୟ ବଜାରରେ ସୁନା ୨,୭୦୦ ଡଲାରରେ ପହଞ୍ଚିପାରେ। ଆଜି ବିଶ୍ୱ ବଜାରରେ ସୁନା ପ୍ରାୟ ୧ ପ୍ରତିଶତ ବୃଦ୍ଧି ପାଇ ଆଉନ୍ସ ପିଛା ୨,୫୦୭ ଡଲାରରେ କାରବାର କରୁଛି । ଅର୍ଥାତ୍ ଯଦି ଗୋଲ୍ଡମ୍ୟାନ୍ ସାକ୍ସର ଆକଳନ ଠିକ୍ ପ୍ରମାଣିତ ହୁଏ ତେବେ ଆସନ୍ତା ୫ରୁ ୬ ମାସ ମଧ୍ୟରେ ସୁନା ଦର ୭ରୁ ୮ ପ୍ରତିଶତ ବଢ଼ିପାରେ।
ଘରୋଇ ବଜାରରେ ଏମ୍ସିଏକ୍ସରେ ଶୁକ୍ରବାର ସୁନା ୧୦ ଗ୍ରାମ ପିଛା ପ୍ରାୟ ୭୨ ହଜାର ଟଙ୍କା ରେ କାରବାର କରୁଛି। ଏହି ମୂଲ୍ୟ ଅକ୍ଟୋବରରେ ପ୍ରଦାନ କରାଯାଇଥିବା ଫ୍ୟୁଚର୍ସ ଚୁକ୍ତି ପାଇଁ ଅଟେ । ଯଦି ବିଦେଶୀ ବଜାର ଅନୁଯାୟୀ ଘରୋଇ ବଜାରରେ ସୁନା ଦର ବୃଦ୍ଧି ପାଏ ତେବେ ଏଠାରେ ମଧ୍ୟ ଆସନ୍ତା ୫-୬ ମାସ ମଧ୍ୟରେ ସୁନା ୭-୮% ବୃଦ୍ଧି ପାଇପାରେ । ଅର୍ଥାତ୍ ଆସନ୍ତା ବର୍ଷ ଆରମ୍ଭରେ ଘରୋଇ ବଜାରରେ ସୁନା ୭୮ ହଜାର ଟଙ୍କା ପର୍ଯ୍ୟନ୍ତ ଯାଇପାରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/post_attachments/wp-content/uploads/2023/07/gold-2-sixteen_nine.jpg)