ସୁନାଦର ୩୫୦ ଟଙ୍କା ବୃଦ୍ଧି ପାଇ ୩୯,୧୧୫ ଟଙ୍କାରେ ପହଞ୍ଚିଲା

ନୂଆଦିଲ୍ଲୀ : ଭାରତୀୟ ବଜାରରେ ସୁନାଦର ଆଜି ୧୦ ଗ୍ରାମ ପିଛା ୩୫୦ ଟଙ୍କା ବୃଦ୍ଧି ପାଇ ୩୯,୧୧୫ ଟଙ୍କାରେ ପହଞ୍ଚିଛି । ସେହିପରି ରୁପାଦର କିଲୋଗ୍ରାମ ପିଛା ୧୬୩୦ ଟଙ୍କା ବୃଦ୍ଧି ପାଇ ୪୭,୫୮୦ ଟଙ୍କାରେ ପହଞ୍ଚିଛି । ଦେଶରେ ପାର୍ବଣ ଋତୁ ଆରମ୍ଭ ହୋଇଯାଇଥିବାରୁ ଓ ଅନ୍ତର୍ଜାତୀୟ ବଜାରରେ ପ୍ରଭାବରୁ ସୁନାଦର ବୃଦ୍ଧି ପାଇଥିବା ଜଣାଯାଇଛି । ସେହିପରି ଫ୍ୟୁଚର ବଜାରରେ ସୁନାଦର ମଧ୍ୟ ସୁନାଦର ବଢିଛି । ଏମସିଏକ୍ସରେ ସୁନା ୧୦ ଗ୍ରାମ ପିଛା ୫୦୦ ଟଙ୍କା ବୃଦ୍ଧି ପାଇ ୩୮,୩୮୬ ଟଙ୍କାରେ ପହଞ୍ଚିଛି ।

ଅନ୍ତର୍ଜାତୀୟ ବଜାରରେ ସୁନା ଦର ଆଉନ୍ସ ପିଛା ୧୫୦୦.୫୯ ଡଲାରକୁ ବୃଦ୍ଧି ପାଇଛି । ବୁଧବାର ଦିନ ସୁନାଦର ୧.୪% ବୃଦ୍ଧି ପାଇଥିଲା । ଏହାର ପ୍ରଭାବରୁ ଭାରତୀୟ ବଜାରରେ ସୁନା ଓ ରୁପାଦର ବୃଦ୍ଧି ପାଇଛି । ଚୀନ-ଆମେରିକା ବାଣିଜ୍ୟ ଯୁଦ୍ଧ ଓ ପୁଣି ମାନ୍ଦାବସ୍ଥା ଆଶଙ୍କା ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଦର ବୃଦ୍ଧି ପାଉଛି । ସୂଚନାଯୋଗ୍ୟ ଯେ ଏକ ଆଉନ୍ସ ହେଉଛି ୨୮.୩ ଗ୍ରାମ ।

ସମ୍ବନ୍ଧିତ ଖବର