ବୃଦ୍ଧି ପାଇଲା ସୁନା ଦର

ନୂଆଦିଲ୍ଲୀ: ଦେଶରେ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଏହାକୁ ନେଇ ସୁନା ଦର ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ଏଥିସହିତ ଅନ୍ତର୍ଜାତୀୟ ବଜାର ପ୍ରଭାବରୁ ସୁନାଦର ବୃଦ୍ଧି ପାଉଥିବା ବି କୁହାଯାଉଛି। ଭାରତୀୟ ବଜାରରେ ଶୁକ୍ରବାର ସୁନାଦର ୧୦ ଗ୍ରାମ ପିଛା ୨୧୦ ଟଙ୍କା ବୃଦ୍ଧି ପାଇ ୩୯,୦୭୫ ଟଙ୍କାରେ ପହଞ୍ଚିଛି । ସେହିପରି ରୁପାଦର କିଲୋଗ୍ରାମ ପିଛା ୧୧୦ ଟଙ୍କା ହ୍ରାସ ପାଇ ୪୬,୪୯୦ ଟଙ୍କାରେ ପହଞ୍ଚିଛି ବୋଲି ଏଚଡିଏଫସି ସିକ୍ୟୁରିଟିଜ ପକ୍ଷରୁ ପ୍ରକାଶ।

ଅନ୍ତର୍ଜାତୀୟ ବଜାରରେ ସୁନା ଦର ଆଉନ୍‌ସ ପିଛା ୧,୫୦୮ ଡଲାରକୁ ବୃଦ୍ଧି ପାଇଥିବା ବେଳେ ରୁପା ଦର ଆଉନସ ପିଛା ୧୭.୫୮ ଟଙ୍କାକୁ ବୃଦ୍ଧି ପାଇଛି। ଏହାର ପ୍ରଭାବରୁ ଭାରତୀୟ ବଜାରରେ ସୁନା ଓ ରୁପାଦର ବୃଦ୍ଧି ପାଉଛି। ଚୀନ-ଆମେରିକା ବାଣିଜ୍ୟ ଯୁଦ୍ଧ ଓ ପୁଣି ମାନ୍ଦାବସ୍ଥା ଆଶଙ୍କା ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଏହି ଦର ବୃଦ୍ଧି ପାଉଛି ।

 

ସମ୍ବନ୍ଧିତ ଖବର