ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ସଙ୍କଟ ଘନୀଭୂତ ହେବା ପରେ ମଙ୍ଗଳବାର ଅନ୍ତର୍ଜାତୀୟ ଓ ଘରୋଇ ବଜାରରେ ସୁନା ମୂଲ୍ୟ କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି। ଦୁଇଟି ସେସନରେ ସୁନା ମୂଲ୍ୟ ୮୬୦ ଟଙ୍କାରୁ ଅଧିକ ବୃଦ୍ଧି ପାଇ ଦୁଇ ସପ୍ତାହର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଏହାବ୍ୟତୀତ ଡଲାର ଇଣ୍ଡେକ୍ସ (ଡିଏକ୍ସୱାଇ) ସାମାନ୍ୟ ହ୍ରାସ ପାଇଥିବାରୁ ତାହା ସୁନା ଦରବୃଦ୍ଧିରେ ସହାୟକ ହୋଇଛି। ଇଣ୍ଡିଆ ବୁଲିଅନ୍ ଆଣ୍ଡ ଜୁଏଲର୍ସ ଆସୋସିଏସନ୍ (ଆଇବିଜେଏ)ର ୱେବସାଇଟ୍ ଅନୁଯାୟୀ ବୁଲିଅନ୍ ବଜାରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୫୭,୫୩୨ ଟଙ୍କା, ୨୨ କ୍ୟାରେଟ ସୁନା ମୂଲ୍ୟ ୫୨,୬୯୯ ଟଙ୍କାରେ ପହଞ୍ଚିଛି । ସେହିପରି ରୁପା କିଲୋଗ୍ରାମ ପିଛା ୬୮,୬୨୮ ଟଙ୍କା ରହିଛି ।
#Gold and #Silver Opening #Rates for 10/10/2023
For more details contact:
Saurabh +91 9004120120 / 022- 49098950 / 022- 49098960Follow Us On :
Twitter https : https://t.co/ZcOoV7QVzP
Instagram https : https://t.co/3Y7EDUbmKk
Threads : https://t.co/4ikgiV1kIk
Facebook Page… pic.twitter.com/zzzNR14HZA
— IBJA (@IBJA1919) October 10, 2023
ମଙ୍ଗଳବାର ଅନ୍ତର୍ଜାତୀୟ ବଜାରରେ ସୁନା ଫ୍ୟୁଚର ୧୧.୯୦ ଡଲାର ବା ୦.୬୪% ବୃଦ୍ଧି ପାଇ ଆଉନ୍ସ ପିଛା ୧,୮୭୬.୯୦ ଡଲାରରେ ପହଞ୍ଚିଥିବାବେଳେ ରୂପା ଫ୍ୟୁଚର ୦.୪୬୦ ଡଲାର ବା ୧.୨୧୦% ବୃଦ୍ଧି ପାଇ ୨୧.୯୭୦ ଡଲାରରେ ପହଞ୍ଚିଛି ।
ଇସ୍ରାଏଲ ଓ ଗାଜାରେ ଯୁଦ୍ଧର ପ୍ରଭାବ ଏବେ ସୁନା ଓ ରୂପା ବଜାରରେ ଦେଖିବାକୁ ମିଳୁଛି । ନିବେଶକମାନେ ଷ୍ଟକ ବଜାରରୁ ନିଜର ନିବେଶ ପ୍ରତ୍ୟାହାର କରି ସୁନାରେ ସୁରକ୍ଷିତ ନିବେଶ କରିବାର ସମ୍ଭାବନା ଥିବାରୁ ସୁନା ଚାହିଦା ବୃଦ୍ଧି ପାଇଛି ଓ ଏହି କାରଣରୁ ଦର ବଢୁଛି ।