ନୂଆଦିଲ୍ଲୀ : ସୁନାଦରରେ ଲଗାମ ଲାଗୁନାହିଁ । ପ୍ରାୟ ପ୍ରତିଦିନ ନୂଆ ନୂଆ ରେକର୍ଡ କରିଚାଲିଛି ସୁନା । ଇଣ୍ଡିଆନ୍ ବୁଲିଅନ୍ ଜୁଏଲର୍ସ ଆସୋସିଏସନ୍ ର ତଥ୍ୟ ଅନୁଯାୟୀ, ଗତ ତିନି ଦିନ ଧରି ସୁନା ଦର କ୍ରମାଗତ ଭାବେ ଏକ ନୂଆ ରେକର୍ଡ ସୃଷ୍ଟି କରୁଛି। ଗତକାଲି ମଧ୍ୟ ବଜାର ଖୋଲିବା ପରେ ସୁନା ସର୍ବକାଳୀନ ସର୍ବୋଚ୍ଚ ସ୍ତରଛୁଇଁଥିଲା। ସେହିପରି ଆଜି ବଜାର ଖୋଲିବା ବେଳକୁ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୭୨,୯୬୭ ଟଙ୍କା ଥିଲା ଏବଂ ଏହା ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ରହିଛି । ଆଜି ସୁନା ଏହି ସବୁ ରେକର୍ଡ ଭାଙ୍ଗିଦେଇଛି ।
#indicative #Retail selling #Rates for #Jewellery
To get these rates on your phone give a missed call on - 8955664433For more details contact: Saurabh +91 9004120120 / 022- 49098950 / 022- 49098960
Follow us on Twitter : https://t.co/lXovVzbVEI
Follow us on Instagram :… pic.twitter.com/XknAfLtxvh
— IBJA (@IBJA1919) April 12, 2024
ଯଦି ଆମେ ୧୦ ଏପ୍ରିଲ ବିଷୟରେ କହିବା ତେବେ ସୁନାର ବନ୍ଦ ମୂଲ୍ୟ ଆଜି ତୁଳନାରେ କମ୍ ଥିଲା । ଏପ୍ରିଲ ୧୦ ରେ ୧୦ ଗ୍ରାମ ସୁନା ମୂଲ୍ୟ ୭୧,୮୨୩ ଟଙ୍କାରେ ଖୋଲି ଥିଲା । ସେହିଦିନ ୧୦ ଗ୍ରାମ ସୁନା ମୂଲ୍ୟ ୭୨,୦୪୮ ଟଙ୍କାରେ ବନ୍ଦ ହୋଇ ଥିଲା ।
ଯଦି ଆମେ ୯୯.୯ ପ୍ରତିଶତ ଶୁଦ୍ଧତାର ୨୪ କ୍ୟାରେଟ ସୁନା ବିଷୟରେ କହିବା ତେବେ ଆଜି ବଜାର ଖୋଲିବା ବେଳକୁ ଏହା ୧୦ ଗ୍ରାମ ପିଛା ୭୨,୯୬୭ ସ୍ତରରେ କାରବାର କରୁଥିଲା । ଯଦି ଆମେ ୨୨ କ୍ୟାରେଟ ସୁନା ଦର ବିଷୟରେ କହିବା ତେବେ ଏହା ୧୦ ଗ୍ରାମ ପିଛା ୬୬,୮୩୮ ଟଙ୍କାରେ କାରବାର କରୁଛି । ଯେଉଁ ଭଳି ଟ୍ରେଣ୍ଡ ଚାଲିଛି ସେଥିରେ ସନ୍ଧ୍ୟାସୁଦ୍ଧା ସୁନା ଦରରେ ଆହୁରି ବୃଦ୍ଧି ଘଟିପାରେ।