ନୂଆଦିଲ୍ଲୀ : ବର୍ଷ ଶେଷ ହେବାକୁ ଯାଉଥିବାବେଳେ ସୁନା ଦରରେ ବୃଦ୍ଧି ଜାରି ରହିଛି । ଆଜି ସପ୍ତାହର ଶେଷ ବାଣିଜ୍ୟ ଦିବସ ଅର୍ଥାତ୍ ଡିସେମ୍ବର ୩୦ରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (ଏମସିଏକ୍ସ)ରେ ସୁନା ଦର ପୁଣି ଥରେ ବୃଦ୍ଧି ପାଇଛି । ଯାହା ପରେ ସୁନା ୧୦ ଗ୍ରାମ ପିଛା ୨୯୦ ଟଙ୍କା ମହଙ୍ଗା ହୋଇଛି । ଏଥିସହିତ ରୂପାର ମୂଲ୍ୟ ସାମାନ୍ୟ ହ୍ରାସ ପାଇଛି ।
ମଲ୍ଟି କମୋଡିଟି ଏକ୍ସଚେଞ୍ଜ (ଏମସିଏକ୍ସ)ରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୨୯୦ ଟଙ୍କା ବୃଦ୍ଧି ପାଇ ୫୪,୯୪୦ ଟଙ୍କାରେ ପହଞ୍ଚିଛି। ୧୦ ଗ୍ରାମ ୨୨ କ୍ୟାରେଟ ସୁନାର ମୂଲ୍ୟ ୫୦,୩୨୦ ଟଙ୍କାକୁ ବୃଦ୍ଧି ପାଇଛି। ଏଥିସହିତ ଆଜି ରୂପା ହାର କିଲୋଗ୍ରାମ ପିଛା ୮୭ ଟଙ୍କା ହ୍ରାସ ପାଇ ୬୯,୬୮୦ ଟଙ୍କାରେ ପହଞ୍ଚିଛି। ପୂର୍ବ ବାଣିଜ୍ୟ ଅଧିବେଶନରେ ରୂପା ମୂଲ୍ୟ ୭୬୭ ଟଙ୍କା ବୃଦ୍ଧି ପାଇ ୬୯,୭୮୦ ଟଙ୍କାରେ ପହଞ୍ଚିଥିଲା।
ଅନ୍ୟପକ୍ଷରେ ସ୍ପଟ ବଜାରରେ ସୁନା ଦର ବୃଦ୍ଧି ପାଇଛି । ଦିଲ୍ଲୀରେ ସୁନା ଦର ୨୨ କ୍ୟାରେଟର ୧୦ ଗ୍ରାମ ପିଛା ୫୫,୦୮୦ ଟଙ୍କା ଏବଂ ୨୨ କ୍ୟାରେଟର ପ୍ରତି ୧୦ ଗ୍ରାମ ପିଛା ୫୦,୫୦୦ ଟଙ୍କା ରହିଛି। ମୁମ୍ବାଇରେ ସୁନା ଦର ୨୨ କ୍ୟାରେଟର ୧୦ ଗ୍ରାମ ପିଛା ୫୪,୭୦୦ ଟଙ୍କା ଏବଂ ୨୨ କ୍ୟାରେଟର ପ୍ରତି ୧୦ ଗ୍ରାମ ପିଛା ୫୦,୩୫୦ ଟଙ୍କା ରହିଛି। ଅନ୍ୟପକ୍ଷରେ ରୁପା କିଲୋଗ୍ରାମ ପିଛା ୩୩୨ ଟଙ୍କା ହ୍ରାସ ପାଇଛି ।