୬ ବର୍ଷର ସର୍ବୋଚ୍ଚ ସ୍ତରରେ ସୁନାଦର, ୨୦୨୦ ସୁଦ୍ଧା ୪୦ ହଜାର ଛୁଇଁବା ସମ୍ଭାବନା

ଭୁବନେଶ୍ୱର : ଦେଶରେ ଏବେ ସୁନାଦର ନିୟମିତଭାବେ ବଢିଚାଲିଛି । ମୁଖ୍ୟତଃ ଅନ୍ତର୍ଜାତୀୟ ବଜାରର ପ୍ରଭାବରୁ ଭାରତରେ ସୁନା ଦର ବଢି ବିଗତ ୬ ବର୍ଷରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ସୁନା ଏବେ ୧୦ ଗ୍ରାମ ପିଛା ୩୫ ହଜାର ଟଙ୍କା ନିକଟବର୍ତ୍ତି ହୋଇଛି । ବର୍ଷ ଶେଷସୁଦ୍ଧା ସୁନା ଦର ୩୬ ହଜାର ଟଙ୍କା ଓ ୨୦୨୦ ସୁଦ୍ଧା ୪୦ ହଜାର ଟଙ୍କା ଛୁଇଁବ ବୋଲି ବିଶେଷଜ୍ଞମାନେ କହିଛନ୍ତି ।
ମୋତିଲାଲ ଓସ୍ୱାଲ ଫାଇନାନ୍ସିଆଲ ସର୍ଭିସେସର କମୋଡିଟି ବିଶେଷଜ୍ଞ କିଶୋର ନାର୍ନେ କହିଛନ୍ତି ଯେ ବର୍ଷ ଶେଷ ସୁଦ୍ଧା ସୁନା ୩୬ହଜାର ଓ ଆସନ୍ତା ବର୍ଷ ୪୦ ହଜାର ଛୁଇଁବା ଅସମ୍ଭବ ନୁହେଁ ।

 

ତେବେ ସୁନା ଦର କାହିଁକି ବଢିଚାଲିଛି ?

ଏବେ ଅନ୍ତର୍ଜାତୀୟ ବଜାରରେ ସୁନା ଦର ଆଉନ୍ସ ( ୧ ଆଉନ୍ସ = ୨୮.୩ ଗ୍ରାମ) ପିଛା ୧୪୦୦ ଟପିଯାଇଛି । ବିଭିନ୍ନ କାରଣରୁ ସୁନା ଦର ବଢୁଛି । ଆମେରିକାର ଫେଡେରାଲ ରିଜର୍ଭ ଦ୍ୱାରା ସୁଧହାର ହ୍ରାସ କରାଯିବା ସଂକେତ ଏହାର ଏକ କାରଣ । ସୁଧାହାର କମିବା ଫଳରେ ଡଲାରରେ ନିବେଶ କମିବ ଓ ସୁନାରେ ନିବେଶ ବଢିବ । ଆଉ ଏକ କାରଣ ହେଉଛି ଆମେରିକା ଓ ଚୀନ ମଧ୍ୟରେ ବାଣିଜ୍ୟ ଯୁଦ୍ଧ । ସେହିପରି ଇରାନକୁ ନେଇ ଉପସାଗରୀୟ ଅଞ୍ଚଳରେ ଯୁଦ୍ଧର ବାତାବରଣ ମଧ୍ୟ ସୁନାରେ ନିବେଶ କରିବାକୁ ନିବେଶକମାନଙ୍କୁ ପ୍ରେତ୍ସାହିତ କରୁଛି ।

ସମ୍ବନ୍ଧିତ ଖବର