ନୂଆଦିଲ୍ଲୀ: ଦୀପାବଳି ପରଦିନ ଆର୍ଥାତ ନଭେମ୍ବର ୧୩ ତାରିଖରେ ସୁନା ଓ ରୁପାମୂଲ୍ୟ ହ୍ରାସ ପାଇଥିବା ଜଣାପଡ଼ିଛି। ଭାରତୀୟ ସରଫା ବଜାରରେ ଆଜି ସକାଳେ ସୁନା ଓ ରୁପା ଦର ସାମାନ୍ୟ ହ୍ରାସ ପାଇଛି। ଅର୍ଥାତ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ଗ୍ରାମ ପିଛା ୬୦ହଜାରରୁ ତଳେ ରହିଛି। ସେହିପରି ରୁପାଦର ପ୍ରତିକିଲୋ ପିଛା ୭୦ହଜାରରୁ କମ ରହିଛି।
ଜାତୀୟସ୍ତରରେ ୯୯୯ଶୁଦ୍ଧତା ଥିବା ସୁନା ୧୦ଗ୍ରାମ ପ୍ରତି ୫୯୯୧୮ଟଙ୍କା ରହିଥିବା ବେଳେ ୯୯୯ ଶୁଦ୍ଧତା ରୁପାମୂଲ୍ୟ ୬୯୪୦୦ଟଙ୍କା ରହିଛି, ଯାହାକି ଆଜି ସକାଳେ ଅର୍ଥାତ ସୋମବାର ସକାଳେ ୫୯୯୧୮ ଟଙ୍କାକୁ ଖସି ଆସିଛି। ସେହିପରି ଶୁଦ୍ଧତା ଆଧାରରେ ସୁନା ଓ ରୁପା ମୁଲ୍ୟ ହ୍ରାସ ପାଇଛି।
ଅଧିକାରିକ ୱେବସାଇଟ ମୁତାବକ, ଆଜି ସକାଳେ ୯୯୬ଶୁଦ୍ଧତା ଥିବା ସୁନା ମୂଲ୍ୟ ସାମାନ୍ୟ ହ୍ରାସ ପାଇ ୫୯୬୭୮ରେ ପହଞ୍ଚିଛି। ସେହିପରି ୯୧୬ଶୁଦ୍ଧତା(୨୨ କ୍ୟାରେଟ) ଥିବା ୧୦ଗ୍ରାମ ସୁନା ୫୪୮୮୮ଟଙ୍କାକୁ ଖସି ଆସିଛି। ଏହା ବ୍ୟତୀତ ୭୫୦ଶୁଦ୍ଧତା ଥିବା ୧୮ କ୍ୟାରେଟ ସୁନା ୪୪୯୩୯ଟଙ୍କାରେ ପହଞ୍ଚିଛି।
କେବଳ ଏତିକି ନୁହେଁ, ୫୮୫ ଶୁଦ୍ଧତା ଥିବା ୧୪ କ୍ୟାରେଟ ସୁନା ମୂଲ୍ୟ ଆଜି ୩୫୦୫୨ ଟଙ୍କାରେ ପହଞ୍ଚି ଯାଇଛି।
ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ଛୁଟି ବ୍ୟତୀତ ଶନିବାର ଓ ରବିବାରକୁ ଛାଡ଼ି ୨୨କ୍ୟାରେଟ ଓ ୧୮ କ୍ୟାରେଟ ସୁନା ମୂଲ୍ୟ ଜାଣିବା ପାଇଁ ଗ୍ରାହକମାନେ ୮୯୫୫୬୬୪୪୩୩ରେ ମିସଡ କଲ ଦେଇପାରିବେ। ମିସଡ କଲ ଦେବାର କିଛି ସମୟ ପରେ ଗ୍ରାହକଙ୍କ ଫୋନକୁ ସୁନା ମୂଲ୍ୟ କେତେ ତାହାର ବାର୍ତ୍ତା ଚାଲି ଆସିବ।