ଅକ୍ଷୟ ତୃତୀୟା ପୂର୍ବରୁ ରେକର୍ଡ ସ୍ତରରେ ସୁନାଦର

ନୂଆଦିଲ୍ଲୀ : ଆଗକୁ ଅକ୍ଷୟ ତୃତୀୟା ଥିବାବେଳେ ଭାରତୀୟ ବଜାରରେ ସୁନା ଦର ବଢିଚାଲିଛି । ଶୁକ୍ରବାରଦିନ ଫ୍ୟୁଚର ବଜାରରେ ଏହା ୧୦ ଗ୍ରାମ ପିଛା ୪୬,୫୦୦ ଟଙ୍କାକୁ ବୃଦ୍ଧି ପାଇଛି । ଅନ୍ତର୍ଜାତୀୟ ବଜାରର ପ୍ରଭାବ ଯୋଗୁଁ ଭାରତରେ ସୁନାଦର ବଢୁଥିବା କୁହାଯାଉଛି ।
ଭାରତୀୟ ବୁଲିୟନ ଏଣ୍ଡ ଜୁଏଲର୍ସ ଆସୋସିଏସନର ତଥ୍ୟ ଅନୁସାରେ ଭାରତରେ ଶୁକ୍ରବାରଦିନ ସୁନା ୧୦ ଗ୍ରାମ ପିଛା ୪୬୬୦୭ ଟଙ୍କାରେ ବନ୍ଦ ହୋଇଥିବାେଳେ ରୁପା କିଲୋଗ୍ରାମ ପିଛା ୪୨୦୩୦ରେ ବନ୍ଦ ହୋଇଛି ।

 

ଭାରତରେ ଆସନ୍ତା ରବିବାରଦିନ ଅକ୍ଷୟ ତୃତୀୟା ପାଳନ କରାଯାଉଛି । ଏହି ଦିନ ସୁନା କିଣିଲେ ଘରର ଐଶ୍ୱର୍ଯ୍ୟ ବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ ରହିଛି । କିନ୍ତୁ ଏବର୍ଷ ଦେଶରେ ଲକଡାଉନ ଚାଲିଥିବାରୁ କାରବାର ନ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

କରୋନା ଭାଇରସ ମହାମାରୀ ଯୋଗୁଁ ସମଗ୍ର ବିଶ୍ୱର ଷ୍ଟକ ବଜାରରେ ହ୍ରାସ ପରିଲକ୍ଷିତ ହୋଇଥିବାରୁ ନିବେଶକମାନେ ଷ୍ଟକ ବଜାର କିମ୍ବା ମୁଦ୍ରାବଜାରରେ ନିବେଶ କରିବାକୁ ସୁରକ୍ଷିତ ମନେକରୁନାହାନ୍ତି । ଏଥିପାଇଁ ସେମାନେ ସୁନାରେ ନିବେଶ କରିବାକୁ ସୁରକ୍ଷିତ ମନେ କରୁଛନ୍ତି ।
ଅନ୍ତର୍ଜାତୀୟ ବଜାରରେ ସୁନା ଦର ଆଉନ୍ସ ପିଛା ୧୭୨୧ ଡଲାରକୁ ବୃଦ୍ଧି ପାଇଛି ।

ସମ୍ବନ୍ଧିତ ଖବର