ଗତବର୍ଷ ଅପେକ୍ଷା ବର୍ତ୍ତମାନ ୭୪୦୦ ଟଙ୍କା ଶସ୍ତା ଅଛି ସୁନା!

ନୂଆଦିଲ୍ଲୀ: ଆଜି ସୁନା ଓ ରୂପା ମୂଲ୍ୟରେ ବୃଦ୍ଧି ଘଟିଛି। ସୁନା ପୁଣି ଥରେ ୪୮୮୦୦ ପାଖାପାଖି ପହଞ୍ଚିଛି | ରୂପା ମଧ୍ୟ କିଲୋ ପିଛା ୭୨ ହଜାର ଟଙ୍କା ଉପରେ ପହଂଚିଛି | ଆଜି, ସୁନା ମୂଲ୍ୟରେ ୨୫୦ ଟଙ୍କା ବୃଦ୍ଧି ହୋଇଥିବାବେଳେ ମୂଲ୍ୟ ପାଖାପାଖି ୪୮୮୦୦ରେ ପହଂଚିଛି |

ବର୍ତ୍ତମାନ ସୁନା ମୂଲ୍ୟ ମେ ମାସ ତୁଳନାରେ ପ୍ରାୟ ୧୫୦୦ ଟଙ୍କା ମହଙ୍ଗା ହୋଇଛି | ଗତ ସୋମବାର ଦିନ ସୁନା ୧୦ ଗ୍ରାମ ପିଛା ୪୮୫୫୩ ଟଙ୍କା ଥିବାବେଳେ ମଙ୍ଗଳବାର ଦିନ ୧୦ ଗ୍ରାମ ପିଛା ୪୮୮୬୭ ଟଙ୍କା ଥିଲା | ସେହିପରି ବୁଧବାର ଦିନ ୧୦ ଗ୍ରାମ ପିଛା ୪୮୭୮୪ ଟଙ୍କା ଥିବାବେଳେ ଗୁରୁବାର ଦିନ ସୁନା ୧୦ ଗ୍ରାମ ପିଛା ୪୮୫୮୧ ଟଙ୍କା ଥିଲା |

ଶୁକ୍ରବାର ଦିନ ସୁନା ୧୦ ଗ୍ରାମ ପିଛା ୪୮୫୪୨ ଟଙ୍କା ଥିଲା | ଗତ ବର୍ଷ ଅଗଷ୍ଟ ମାସରେ ୧୦ ଗ୍ରାମ ସୁନା ମୂଲ୍ୟ ୫୬୧୯୧ ଟଙ୍କା ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା। ଗତ ବର୍ଷ ସୁନା ୪୩% ରିଟର୍ଣ୍ଣ ଦେଇଥିଲା | ବର୍ତ୍ତମାନ ସୁନା ସର୍ବୋଚ୍ଚ ସ୍ତର ତୁଳନାରେ ୨୫ ପ୍ରତିଶତ କମ ରହିଛି ଓ ୧୦ ଗ୍ରାମ ପ୍ରତି ସୁନା ୪୮୮୦୦ ଟଙ୍କାରେ ରହିଛି | ଯାହାକି ଗତବର୍ଷଠାରୁ ୭୪୦୦ ଟଙ୍କା ଶସ୍ତା ହୋଇଛି |

ସମ୍ବନ୍ଧିତ ଖବର