ବଢିଲା ସୁନାଦର, ୩୨ ହଜାର ଟଙ୍କା ଟପିଲା

ନୂଆଦିଲ୍ଲୀ : କିଛିଦିନର ବ୍ୟବଧାନ ପରେ ପୁଣି ଥରେ ସୁନାଦର ବୃଦ୍ଧି ପାଇ ୩୨ ହଜାର ଉପରକୁ ଉଠିଯାଇଛି । ଆଜି ଦିଲ୍ଲୀର ବୁଲିୟନ ମାର୍କେଟରେ ସୁନାଦର ୧୦ ଗ୍ରାମ ପିଛା ୧୦୦ ଟଙ୍କା ବୃଦ୍ଧି ପାଇ ୩୨୦୫୦ ଟଙ୍କାରେ ପହଞ୍ଚିଛି । ଗତ ୪ଟି ସେସନ ଧରି ସୁନା ଦର ବୃଦ୍ଧି ଅବ୍ୟାହତ ରହିଛି । ଗତ ଜୁନ ୧ରେ ସୁନା ୩୨ ହଜାର ତଳକୁ ଖସିଯାଇଥିଲା । ରୁପାଦର ମଧ୍ୟ ବୃଦ୍ଧି ପାଇଛି । ରୁପା କିଲୋଗ୍ରାମ ପିଛା ୧୦୦ ଟଙ୍କା ବୃଦ୍ଧି ପାଇ ୪୧,୧୦୦ ଟଙ୍କାରେ ପହଞ୍ଚିଛି । ଶିଳ୍ପ ସଂସ୍ଥା ଓ କଏନ ଉତ୍ପାଦନକାରୀଙ୍କ ଦ୍ୱାରା ଅଧିକ ରୁପା କ୍ରୟ ଯୋଗୁଁ ଏହା ହୋଇଛି । ଭାରତୀୟ ବଜାରରେ ୯୯.୯ ପ୍ରତିଶତ ଓ ୯୯.୫ ପ୍ରତିଶତ ଶୁଦ୍ଧତାର ସୁନା ୧୦୦ ଟଙ୍କା ଲେଖାଏଁ ହ୍ରାସ ପାଇ ଯଥାକ୍ରମେ ୩୨,୦୫୦ ଓ ୩୧,୯୦୦ ଟଙ୍କାକୁ ହ୍ରାସ ପାଇଛି । ଅନ୍ତର୍ଜାତୀୟ ବଜାରରେ ସୁନାଦର ବୃଦ୍ଧି ପାଇଥିବାରୁ ତାହାର ପ୍ରଭାବ ଭାରତୀୟ ବଜାର ଉପରେ ପଡିଛି । ଅନ୍ତର୍ଜାତୀୟ ବଜାରରେ ସୁନା ଆଉନ୍ସ ପିଛା ୦.୧୭% ବୃଦ୍ଧି ପାଇ ୧୨୯୯ ଡଲାରରେ ପହଞ୍ଚିଛି ଓ ରୁପା ୦.୬୦ ପ୍ରତିଶତ ବୃଦ୍ଧି ପାଇ ଆଉନ୍ସ ପିଛା ୧୬.୭୭ ଡଲାରରେ ପହଞ୍ଚିଛି । ସୂଚନାଯୋଗ୍ୟ ଯେ ଏକ ଆଉନ୍ସ ହେଉଛି ୨୮.୩ ଗ୍ରାମ । ଆଗାମୀ ଦିନରେ ସୁନା ଦର ୩୧,୮୦୦ ରୁ ୩୨,୫୦୦ ମଧ୍ୟରେ ରହିବା ଆଶା କରାଯାଉଛି ।

ସମ୍ବନ୍ଧିତ ଖବର