ଭୁବନେଶ୍ବର: ପବିତ୍ର ଧନତେରସ୍ ଓ ଦୀପାବଳିକୁ ନେଇ ସୁନାର ଚାହିଦା ବଢ଼ିବା ସହିତ ତାହାର ଦାମ୍ରେ ମଧ୍ୟ ବୃଦ୍ଧି ଘଟିଛି। ଶୁକ୍ରବାର ଦିନ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନା ଦାମ୍ ପ୍ରାୟ ୩୦୦୦ ଟଙ୍କା ବଢ଼ିଥିବା ବେଳେ ରୁପା କେଜି ମୂଲ୍ୟ ୩୦୦୦ ଟଙ୍କା କମ୍ ହୋଇଛି। ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୩୦୫୦ ଟଙ୍କା ବଢ଼ି ୧,୨୧,୧୭୦ ଟଙ୍କା ହୋଇଛି। ୨୪ କ୍ୟାରେଟ୍ ସୁନା ମୂଲ୍ୟ ୩୩୩୦ ଟଙ୍କା ବୃଦ୍ଧି ପାଇ ୧,୩୨,୭୭୦ ଟଙ୍କା ହୋଇଛି।
ଦରବୃଦ୍ଧି ପାଇଁ କିଛିଦିନ ଧରି ଚର୍ଚ୍ଚାରେ ଥିବା ରୁପାର କେଜି ପିଛା ଦାମ୍ ଭୁବନେଶ୍ବରରେ ଶୁକ୍ରବାର ୩୦୦୦ ଟଙ୍କା କମ୍ ହୋଇ ୨,୦୩,୦୦୦ ଟଙ୍କାକୁ ଖସିଆସିଛି। ଗତ ଦୁଇଦିନରେ ରୁପା ୪୦୦୦ ଟଙ୍କା ଶସ୍ତା ହୋଇଛି। ଚଳିତ ମାସ ୮ ତାରିଖ ପରେ ରୁପା ମୂଲ୍ୟରେ ୪୦ ହଜାର ଟଙ୍କାର ବୃଦ୍ଧି ଘଟିଥିଲା। ଫଳରେ ସହରରେ ହଠାତ୍ ରୁପା ବାର୍ ଓ କଏନ୍ର ଚାହିଦା ବଢ଼ିଯାଇଥିଲା। ଗ୍ରାହକମାନେ ତାହା କିଣିବା ଲାଗି ଦୋକାନରେ ଭିଡ଼ ଲଗାଉଥିଲେ ମଧ୍ୟ ନ ପାଇ ନିରାଶ ହେଉଥିବା ବ୍ୟବସାୟୀଙ୍କ ମହଲରୁ ଜଣାପଡ଼ିଛି। ଏହି ସମୟ ମଧ୍ୟରେ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନା ଦାମ୍ ୧୦,୨୫୦ ଟଙ୍କା ଓ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୧,୧୯୦ ଟଙ୍କା ବଢ଼ିଛି। ଗୋଟିଏ ପଟେ ଅସଲି ସୁନାର ଚାହିଦା ବଢ଼ିଥିବା ବେଳେ ଅପରପକ୍ଷରେ ଗୋଲ୍ଡ ଏକ୍ସଚେଞ୍ଜ ଟ୍ରେଡେଡ୍ ଫଣ୍ଡ୍ (ଇଟିଏଫ୍) ପ୍ରତି ମଧ୍ୟ ନିବେଶକମାନଙ୍କ ଭରସା ବଢ଼ିଛି। ରେଟିଂ ଏଜେନ୍ସି ‘ଇକ୍ରା’ ରିପୋର୍ଟ ଅନୁସାରେ ଗତ ସେପ୍ଟେମ୍ବର ମାସରେ ଗୋଲ୍ଡ ଇଟିଏଫ୍ରେ ୮୩୬୩ କୋଟି ଟଙ୍କା ନିବେଶ କରାଯାଇଥିଲା। ୨୦୨୪ ସେପ୍ଟେମ୍ବରରେ ଗୋଲ୍ଡ ଇଟିଏଫ୍ରେ ହୋଇଥିବା ୧୨୩୩ କୋଟି ଟଙ୍କା ନିବେଶ ତୁଳନାରେ ତାହା ୫୭୮ ପ୍ରତିଶତ ଅଧିକ। ଗୋଲ୍ଡ ଇଟିଏଫ୍ରେ ଏୟୁଏମ୍ ୯୦,୧୩୬ କୋଟି ଟଙ୍କାକୁ ବୃଦ୍ଧି ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/10/13/gold-silver-2025-10-13-03-25-13.jpg)