ବଢିଚାଲିଛି ସୁନାଦର , ୧୦ ଗ୍ରାମ ପିଛା ୨୫୦ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ : ଗତ ସପ୍ତାହରେ ହ୍ରାସ ପାଇବା ପରେ ସୁନାଦର ପୁଣି ବଢିବା ଆରମ୍ଭ କରିଛି । ଆଜି ସୁନା ୧୦ ଗ୍ରାମ ପିଛା ୨୫୦ ଟଙ୍କା ବୃଦ୍ଧି ପାଇ ୩୦,୯୦୦ ଟଙ୍କାରେ ପହଞ୍ଚିଛି । ଅନ୍ତର୍ଜାତୀୟ ସ୍ତରରେ ପ୍ରଭାବ ଓ ଘରୋଇ ବଜାରରେ ସୁନା କ୍ରୟ ବୃଦ୍ଧି ଫଳରେ ଏହି ଦରବୃଦ୍ଧି ହୋଇଥିବା ଜଣାଯାଇଛି ।
ରୁପାଦର ମଧ୍ୟ ବୃଦ୍ଧି ପାଇଛି । ରୁପା କିଲୋଗ୍ରାମ ପିଛା ୪୦୦ ଟଙ୍କା ବୃଦ୍ଧି ପାଇ ୩୮,୨୫୦ ଟଙ୍କାରେ ପହଞ୍ଚିଛି । ଶିଳ୍ପ ସଂସ୍ଥା ଓ କଏନ ଉତ୍ପାଦନକାରୀଙ୍କ ଦ୍ୱାରା ଅଧିକ ରୁପା କ୍ରୟ ଯୋଗୁଁ ଏହା ହୋଇଛି । ଭାରତୀୟ ବଜାରରେ ୯୯.୯ ପ୍ରତିଶତ ଓ ୯୯.୫ ପ୍ରତିଶତ ଶୁଦ୍ଧତାର ସୁନା ୨୫୦ ଟଙ୍କା ଲେଖାଏଁ ବୃଦ୍ଧି ପାଇ ଯଥାକ୍ରମେ ୩୦,୯୦୦ ଓ ୩୦,୭୫୦ ଟଙ୍କାକୁ ବୃଦ୍ଧି ପାଇଛି । ଅନ୍ତର୍ଜାତୀୟ ବଜାରରେ ସୁନାଦର ବୃଦ୍ଧି ପାଇଥିବାରୁ ତାହାର ପ୍ରଭାବ ଭାରତୀୟ ବଜାର ଉପରେ ପଡିଛି । ଅନ୍ତର୍ଜାତୀୟ ବଜାରରେ ସୁନା ଆଉନ୍ସ ପିଛା ୧.୭୫% ବୃଦ୍ଧି ପାଇ ୧୨୦୫ ଡଲାରରେ ପହଞ୍ଚିଛି ଓ ରୁପା ୨.୧୪ ପ୍ରତିଶତ ବୃଦ୍ଧି ପାଇ ଆଉନ୍ସ ପିଛା ୧୪.୭୭ ଡଲାରରେ ପହଞ୍ଚିଛି । ସୂଚନାଯୋଗ୍ୟ ଯେ ଏକ ଆଉନ୍ସ ହେଉଛି ୨୮.୩ ଗ୍ରାମ

ସମ୍ବନ୍ଧିତ ଖବର