ସୁନାଦର ସାମାନ୍ୟ ବୃଦ୍ଧି ପାଇ ୩୧,୨୭୦ ଛୁଇଁଲା

ନୂଆଦିଲ୍ଲୀ : ସୁନାଦର ଆଜି ସାମାନ୍ୟ ବୃଦ୍ଧି ପାଇ ୧୦ ଗ୍ରାମ ପିଛା ୩୧,୨୭୦ ଟଙ୍କାରେ ପହଞ୍ଚିଛି । ଅନ୍ତର୍ଜାତୀୟ ବଜାରର ସକାରାତ୍ମକ ପ୍ରଭାବ ଓ ଘରୋଇ ବଜାରରେ ଗହଣା ବ୍ୟବସାୟୀଙ୍କ ଦ୍ୱାରା ଚାହିଦା ବୃଦ୍ଧି ଫଳରେ ସୁନାଦରରେ ବୃଦ୍ଧି ଅବ୍ୟାହତ ରହିଛି । ଦିଲ୍ଲୀର ବୁଲିୟନ ମାର୍କେଟରେ ସୁନା ୧୦ ଗ୍ରାମ ପିଛା ୨୦ ଟଙ୍କା ବୃଦ୍ଧି ପାଇ ୩୧,୨୭୦ ଟଙ୍କାରେ ପହଞ୍ଚିଛି । ଟ୍ରେଡରମାନଙ୍କ ମତରେ ବିବାଦଋତୁ ଚାଲିଥିବାରୁ ବଜାରରେ ସୁନା ଚାହିଦା ଭଲ ରହିଛି । ଆଗକୁ ମଧ୍ୟ ସୁନାଦରଚଢା ରହିବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ରୁପା ଦର ୩୦୦ ଟଙ୍କା ହ୍ରାସ ପାଇ ୩୯୫୦୦ ଟଙ୍କାରେ ପହଞ୍ଚିଛି । ଶିଳ୍ପ ସଂସ୍ଥା ଓ କଏନ ଉତ୍ପାଦନକାରୀଙ୍କ ଦ୍ୱାରା କମ କ୍ରୟ ଯୋଗୁଁ ରୁପା ଦର କମିଛି । ଦିଲ୍ଲୀର ୯୯.୯ ପ୍ରତିଶତ ଶୁଦ୍ଧତାର ସୁନା ୩୧,୨୭୦ ଟଙ୍କା ଓ ୯୯.୫ ପ୍ରତିଶତ ଶୁଦ୍ଧତାର ସୁନା ୩୧୧୨୦ ଟଙ୍କା ରହିଛି ।

ଅନ୍ତର୍ଜାତୀୟ ବଜାରରେ ସୁନା ଆଉନ୍ସ ପିଛା ସାମାନ୍ୟ ବୃଦ୍ଧି ପାଇ ୧୩୩୨.୧୦ ଡଲାରରେ ପହଞ୍ଚିଛି । ରୁପାଦର ଆଉନ୍ସ ପିଛା ୧୬.୭୦ ଡଲାର ରହିଛି ।

ସମ୍ବନ୍ଧିତ ଖବର