ସୁନା ମହଙ୍ଗା, ୧୪ ମାସର ସର୍ବୋଚ୍ଚ ସ୍ତରରେ

ନୂଆଦିଲ୍ଲୀ:  ସୁନାଦର ଗୁରୁବାରଦିନ ବିଗତ ୧୪ ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଏହା ୧୦ ଗ୍ରାମ ପିଛା ୩୫୦ ଟଙ୍କା ବୃଦ୍ଧି ପାଇ ୩୧,୪୫୦ ଟଙ୍କାରେ ପହଞ୍ଚିଛି । ଅନ୍ତର୍ଜାତୀୟ ବଜାରରେ ପ୍ରଭାବ ଓ ଘରୋଇ ବଜାରରେ ଚାହିଦା ବୃଦ୍ଧି ଫଳରେ ଦର ବୃଦ୍ଧି ପାଇଥିବା ଜଣାଯାଇଛି । ରୁପା ମଧ୍ୟ କିଲୋଗ୍ରାମ ପିଛା ୧୧୦୦ ଟଙ୍କା ବୃଦ୍ଧି ପାଇ ୪୧,୦୦୦ ମାତ୍ରା ଟପିଯାଇଛି ।

ଅନ୍ତର୍ଜାତୀୟ ବଜାରରେ ଡଲାର ମୂଲ୍ୟ ଗତ ତିନି ବର୍ଷର ସବୁଠାରୁ ଦୁର୍ବଳ ଅବସ୍ଥାରେ ପହଞ୍ଚିଥିବାରୁ ସୁନାରେ ନିବେଶକମାନେ ପୁଞ୍ଜି ଖଟାଇବାକୁ ଅଧିକ ପସନ୍ଦ କରୁଛନ୍ତି । ଅନ୍ୟପକ୍ଷରେ ଭାରତରେ ବିବାହଋତୁ ଚାଲିଥିବାରୁ ଜୁଏଲର୍ସ ମାନଙ୍କ ସୁନା କ୍ରୟ ବଢିଯାଇଛି । ସିଙ୍ଗାପୁର ବଜାରରେ ସୁନା ଦର ଆଉନ୍ସ ପିଛା ୧୩୬୩ ଡଲାରରେ ପହଞ୍ଚିଛି ।

ନୂଆଦିଲ୍ଲୀରେ ୯୯.୯ ଶୁଦ୍ଧତାର ସୁନା ୩୧,୪୫୦ ଟଙ୍କା ଓ ୯୯.୫ ଶୁଦ୍ଧତାର ସୁନା ୩୧,୩୦୦ ଟଙ୍କାରେ ପହଞ୍ଚିଛି । ପୂର୍ବରୁ ନଭେମ୍ବର ୯ ୨୦୧୬ରେ ସୁନାଦର ଏହି ସ୍ତରରେ ଥିଲା ।

 

 

ସମ୍ବନ୍ଧିତ ଖବର