ରୁପାରେ ନିର୍ମିତ କାରକୁ ଦେଖି ଲୋକଙ୍କ ଝଲସି ଯାଉଛି ଆଖି

ନୂଆଦିଲ୍ଲୀ: ତାଜମହଲର ନଗରୀ କୁହାଯାଉଥିବା ଆଗ୍ରାରେ ରୁପା କାରକୁ ନେଇ ଚର୍ଚ୍ଚା ଜୋର ଧରିଛି। କାରର ଚମକ ଏମିତି ରହିଛି ଯାହାକୁ ଦେଖିଲେ ଆଖି ଝଲସି ଯାଉଛି। ପିଲାଙ୍କ ଏହି ଖେଳନା କାର ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଯାଇଛି। ଏହି କାରକୁ ଜୟପୁରର ଏସଏସ ଜୁଏଲର୍ସ ନିଜର ପ୍ରଦର୍ଶନରେ ରଖିଛି।

କାର ନିର୍ମାଣ କରୁଥିବା ଜୁଏଲର୍ସ ଶିଶିର ସଂଘଲ କହିଛନ୍ତି, ‘ଅର୍ଡର ମିଳିବା ପରେ ଏମିତି କାର ତିଆରି ହୋଇଥାଏ। ଏହା ଯେଉଁଠାରେ ରଖାଯାଇଥାଏ ସେଠାକାର ଶୋଭା ବଢ଼ାଉଥିବା ସହିତ ପିଲାମାନେ ବି ଏହାକୁ ନେଇ ଖୁବ ଖେଳି ଥାଆନ୍ତି। ରୁପା ଆଚ୍ଛାଦିତ କାର ବିଶେଷ ଭାବେ ପିଲାଙ୍କ ପସନ୍ଦକୁ ଧ୍ୟାନରେ ରଖି ତିଆରି କରାଯାଇଥାଏ। ଏଭଳି କାର ତିଆରି କରିବାକୁ ୩୦ଦିନର ସମୟ ଲାଗିଥାଏ। ଏହା ରିମୋଟ ଦ୍ବାରା ଚାଲିଥାଏ।

ଆଗ୍ରାରେ ସର୍ରାଫା ଆସୋସିଏସନର ପ୍ରଦର୍ଶନୀର ଆୟୋଜନ କରାଯାଇଛି। ଏକ ଘରୋଇ ବଗିଚାରେ ଆୟୋଜିତ ପ୍ରଦର୍ଶନୀରେ ସମଗ୍ର ଦେଶରୁ ସର୍ରାଫା ବ୍ୟବସାୟୀ ଭାଗ ନେଇଛନ୍ତି। ଆଉ ଏଠାରେ ସମସ୍ତେ ସୁନା ଓ ରୁପା ଗହଣାର ପ୍ରଦର୍ଶନ କରିଛନ୍ତି।

ଏହି ପ୍ରଦର୍ଶନୀରେ ରୁପାର କାର ବ୍ୟତୀତ ଜୋତା, ଶତରଞ୍ଜ, ସାପଶିଢ଼ି ଓ ଅଳଙ୍କାର ସମେତ ଅନ୍ୟାନ୍ୟ ପ୍ରକାର ଅଳଙ୍କାର ରଖାଯାଇଛି। ଯାହା ଲୋକଙ୍କୁ ବେଶ ପସନ୍ଦ ବି ଆସୁଛି। ତେବେ ପ୍ରଦର୍ଶନୀକୁ ଦେଖିବାକୁ ଆସୁଥିବା ଲୋକମାନେ ଏହି ଅଳଙ୍କାରକୁ କିଣିବାର ବି ବ୍ୟବସ୍ଥା ରହିଛି। ଏଠାକୁ ପ୍ରତିଦିନ ୫ରୁ ୬ ହଜାର ଲୋକ ପ୍ରଦର୍ଶନୀ ଦେଖିବାକୁ ଆସୁଛନ୍ତି।

 

 

ସମ୍ବନ୍ଧିତ ଖବର