ବଢ଼ିଲା ସୁନା ଦର !

ନୂଆଦିଲ୍ଲୀ : ମହଙ୍ଗା ହେଲା ସୁନା ଦର। ୬ ବର୍ଷ ଭିତରେ ଏହା ସବୁଠାରୁ ମହଙ୍ଗା ହୋଇଛି। ସପ୍ତାହର ପ୍ରଥମ ଦିନରେ ବ୍ୟବସାୟ କ୍ଷେତ୍ରରେ ସୁନାର ଦରକୁ ବଢାଇ ଦିଆଯାଇଛି । ବିଦେଶରେ ଦର ବୃଦ୍ଧି ହେବା ଏବଂ ଘରୋଇ ସ୍ତରରେ ଡିମାଣ୍ଡ ବଢିବା ପରେ ସୋମବାର ଦିଲ୍ଲୀରେ ସୁନାର ଦାମ୍ ୩୫୦ ଟଙ୍କା ବଢିଯାଇଛି । ଏବେ ୩୩,୬୫୦ ଟଙ୍କା ୧୦ ଗ୍ରାମ୍ ସୁନାର ଦାମ୍ ରହିଛି । ରୁପା ଦର ମଧ୍ୟ କିଛି କମ୍ ନାହିଁ ଏଥିରେ ୮୫୦ ଟଙ୍କା ବଢି ୪୦,୯୦୦ ଟଙ୍କା ପ୍ରତିକିଲୋ ହିସାବରେ ହୋଇଯାଇଛି । ଏକ୍ସପର୍ଟଙ୍କ କହିବା ମୁତାବକ ଏବେ ସୁନା ଦାମ୍ କମ୍ ହେବାର କୌଣସି ସମ୍ଭାବନା ନାହିଁ । ସେୟାର୍ ବଜାରରେ କମ୍ ହେବା ଦ୍ୱାରା ଏବେ ଏହିଭଳି ଦର ହିଁ ରହିବ ।

ସୁନାର ନୂଆ ଦର : ଦିଲ୍ଲୀ ବଜାରରେ ୯୯.୯ ଏବଂ ୯୯.୫ ପ୍ରତିଶତ ଶୁଦ୍ଧତା ଥିବା ସୁନାର ଦର ୩୫୦-୩୫୦ ଟଙ୍କା ଦ୍ରୁତର ସହ ୩୩,୬୫୦ ଏବଂ ୩୩,୫୦୦ ଟଙ୍କା ପ୍ରତି ଦଶଗ୍ରାମ ହୋଇଯାଇଛି । ଏହିପ୍ରକାର ଆଠ ଗ୍ରାମ ଗିନ୍ନିର ଦାମ୍ ୨୦୦ ଟଙ୍କା ବଢି ୨୫,୭୦୦ ଟଙ୍କାରେ ପହଞ୍ଚିଛି ।

କାହିଁକି ବଢିଲା ସୁନାର ଦର : ଅନ୍ତଃରାଷ୍ଟ୍ରୀୟ ବଜାରରେ ସୁନାର ଦର ୭ ମାସର ଉଚ୍ଚତମ ସ୍ତରରେ ପହଞ୍ଚି ଯାଇଛି । ଲଣ୍ଡନ ଏକ୍ସଚେଞ୍ଜରେ ସୁନା ୧,୩୦୦,୯୫ ଡଲାର ପ୍ରତି ବନ୍ଦ ହେଲା । ୨୯ ଏବଂ ୩୦ ଜାନୁଆରୀରେ ଆମେରିକାରେ ସେଣ୍ଟ୍ରେଲ୍ ରିଜର୍ଭ ବ୍ୟାଙ୍କର ବୈଠକ ରହିଛି । ଏହି ବୈଠକରେ ଋଣଦର ଉପରେ ଫଇସଲା ହେବ । ଯଦି ଋଣଦର କମ୍ ହୁଏ ତେବେ ସୁନା ଦର ମଧ୍ୟ କମ୍ ହେବ । କିନ୍ତୁ ଏକ୍ସପର୍ଟ ଋଣଦର ନ କମିବା କଥା କହୁଛନ୍ତି ତେଣୁ ସୁନାଦର କମ୍ ହୋଇନପାରେ ।

ଚାନ୍ଦିର ମଧ୍ୟ ଦାମ୍ ବଢିଲା : ସୁନା ଭଳି ରୁପାର ମଧ୍ୟ ଦାମ୍ ୮୫୦ ଟଙ୍କା ବଢିଛି । ଯାହାର ଉଚ୍ଚତମ ଦାମ୍ ୪୦,୯୦୦ ଟଙ୍କା କିଲୋଗ୍ରାମ୍ ପ୍ରତି ପହଞ୍ଚିଛି ।

ସମ୍ବନ୍ଧିତ ଖବର