ହ୍ରାସ ପାଇଲା ସୁନା ଓ ରୁପା ଦର!

ନୂଆଦିଲ୍ଲୀ: ଆପଣ ସୁନା କିଣିବାକୁ ଚାହୁଁଛନ୍ତି କି ? ଆଜି ଭାରତୀୟ ସରଫା ବଜାରରେ ଉଭୟ ସୁନା ଓ ରୁପା ଦର ହ୍ରାସ ପାଇଥିବା ଜଣାପଡ଼ିଛି। ୧୦ଗ୍ରାମ ସୁନା ମୂଲ୍ୟ ୫୧୬୫୩ଟଙ୍କା ରହିଥିବା ବେଳେ ୯୯୯ଶୁଦ୍ଧତା ଥିବା ଏକ କିଲୋ ରୁପ ମୂଲ୍ୟ ହ୍ରାସ ପାଇ ୬୭୭୮୨ଟଙ୍କାରେ ପହଞ୍ଚିଛି।

ସୂଚନାଅନୁସାରେ, ୯୯୫ଶୁଦ୍ଧତା ଥିବା ୧୦ଗ୍ରାମ ସୁନା ୫୧୪୪୬ ଟଙ୍କା ଥିବା ବେଳେ ୯୧୬ଶୁଦ୍ଧତା ଥିବା ସୁନା ମୂଲ୍ୟ ୪୭୩୧୪ଟଙ୍କା ରହିଛି। ସେହିପରି ୭୫୦ଶୁଦ୍ଧତା ଥିବା ଦଶଗ୍ରାମ ସୁନା ମୂଲ୍ୟ ୩୮୭୪୦ଟଙ୍କାରେ ପହଞ୍ଚିଛି। ଏତଦ ବ୍ୟତୀତ ୫୮୫ ଶୁଦ୍ଧତା ଥିବା ସୁନା ଦାମ ହ୍ରାସ ପାଇ ଆଜି ୩୦୨୧୭ଟଙ୍କାରେ ପହଞ୍ଚିଛି। ଏହି କ୍ରମରେ ଏକକିଲୋ ରୁପ ମୂଲ୍ୟ ହ୍ରାସ ପାଇଁ ୬୭୭୮୨ଟଙ୍କାରେ ପହଞ୍ଚିଛି।

ଦେଖିବାକୁ ଗଲେ ଆଜି ସମସ୍ତ ପ୍ରକାର ଶୁଦ୍ଧତା ସୁନା-ରୁପା ଦର ହ୍ରାସ ପାଇଛି। ୯୯୯ଶୁଦ୍ଧତା ସୁନା ମୂଲ୍ୟ ୨୩୯ଟଙ୍କା, ୯୯୫ଶୁଦ୍ଧତା ସୁନା ମୂଲ୍ୟ ୨୩୮ଟଙ୍କା, ୯୧୬ ଶୁଦ୍ଧତା ସୁନା ମୂଲ୍ୟ ୨୧୯ଟଙ୍କା, ୭୫୦ଶୁଦ୍ଧତା ସୁନା ମୂଳ୍ୟ ୧୭୯ଟଙ୍କା ହ୍ରାସ ପାଇଛି। ଏହି କ୍ରମରେ ଦେଖିବାକୁ ଗଲେ ଏକକିଲୋ ରୁପ ମୂଲ୍ୟ ୯୦୯ଟଙ୍କା ଶସ୍ତା ହୋଇଛି।

 

ସମ୍ବନ୍ଧିତ ଖବର