ଶସ୍ତା ହେଲା ସୁନା ଓ ରୁପା ଦର

ନୂଆଦିଲ୍ଲୀ: ଭାରତର ସରଫା ବଜାରରେ ସୁନା ଓ ରୁପା ଦର ହ୍ରାସ ପାଇଛି। ଇଣ୍ଡିଆ ବୁଲିୟନ ଆଣ୍ଡ ଜୁଏଲର୍ସ ଆସୋସିଏସନ ମୁତାବକ ସୋମବାର ଅକ୍ଟୋବର ୧୮ ତାରିଖ ସକାଳେ ୯୯୯ଶୁଦ୍ଧତା ଥିବା ୨୪ କ୍ୟାରେଟ ସୁନା ଦର ୭୪୬ଟଙ୍କା ହ୍ରାସ ପାଇଛି। ଏଥିସହିତ ୨୪ କ୍ୟାରେଟ ସୁନା ଦର ହ୍ରାସ ପାଇ ପ୍ରତି ୧୦ ଗ୍ରାମ ପିଛା ୪୭୩୭୯ଟଙ୍କା ହୋଇଯାଇଛି। ସେହିପରି ରୁପା ମୂଲ୍ୟ ୭୩୪ଟଙ୍କା ହ୍ରାସ ପାଇଛି। ଆଜି ସକାଳେ ରୁପା ଦର ପ୍ରତି କିଲୋ ପିଛା ୬୩୧୮୯ଟଙ୍କା ରହିଛି।

ନବରାତ୍ରି ସମୟରେ ଭାରତୀୟ ସରଫା ବଜାରରେ ଧାତୁଗୁଡ଼ିକର ଦରରେ ଉଠାଣି ଗଡ଼ାଣି ଲାଗି ରହିଛି। କିନ୍ତୁ ବିଜୟାଦଶମୀର ଗୋଟିଏ ଦିନ ପୂର୍ବରୁ ସୁନା ଦରରେ ୪୭୨ଟଙ୍କା ଓ ରୁପା ଦରରେ ୫୫୭ଟଙ୍କା ହ୍ରାସ ପାଇଥିବା ଖବର ମିଳିଛି।

ତେବେ ୯୯୯ଶୁଦ୍ଧତା ସୁନା ପ୍ରତି ୧୦ ଗ୍ରାମ ପିଛା ୪୭୩୭୯ଟଙ୍କା ଥିବା ବେଳେ ୯୯୫ ଶୁଦ୍ଧତା ଥିବା ସୁନା ପ୍ରତି ୧୦ ଗ୍ରାମ ପିଛା ୪୭୧୮୯ଟଙ୍କା ରହିଛି। ସେହିପରି ୯୧୬ ଶୁଦ୍ଧତା ସୁନା ପ୍ରତି ଗ୍ରାମ ୧୦ ପିଛା ୪୩୩୯୯ଟଙ୍କା, ୭୫୦ ଶୁଦ୍ଧତା ସୁନା ୩୫୫୩୪ଟଙ୍କା ଓ ୫୮୫ ଶୁଦ୍ଧତା ସୁନା ୨୭୭୧୭ଟଙ୍କାରେ ପହଞ୍ଚିଛି।

ସମ୍ବନ୍ଧିତ ଖବର