ବୃଦ୍ଧି ପାଇଲା ସୁନା ଓ ରୁପା ଦର

ନୂଆଦିଲ୍ଲୀ: ଜୁନ ୯ରେ ସୁନା ଓ ରୁପା ଦରରେ ପରିବର୍ତ୍ତନ ହୋଇଛି। ଭାରତୀୟ ସରଫା ବଜାରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୩୭୦ଟଙ୍କା ଅର୍ଥାତ ୦.୬୨ ପ୍ରତିଶତ ବୃଦ୍ଧି ପାଇ ପ୍ରତି ୧୦ଗ୍ରାମ ପିଛା ୫୯,୯୬୦ ଟଙ୍କା ହୋଇଯାଇଛି।  ସେହିପରି ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ଗ୍ରାମ ପିଛା ୫୪,୯୬୦ ଟଙ୍କାରେ ପହଞ୍ଚିଛି। ଏଥିସହିତ ଗୋଟିଏ କିଲୋ ରୁପା ମୂଲ୍ୟ ୨.୨୨ ପ୍ରତିଶତ ଅର୍ଥାତ ୧୬୦୦ଟଙ୍କା ବୃଦ୍ଧି ପାଇ ୭୩,୬୦୦ ଟଙ୍କାରେ ପହଞ୍ଚିଛି।

ସୁନା ଦର ଆଜି ମଲ୍ଟି କମୋଡିଟି ଏକ୍ସଚେଞ୍ଜ (ଏମସିଏକ୍ସ) ରେ ବୃଦ୍ଧି ପାଇଛି।| ଆଜି ସୁନା ଏମସିଏକ୍ସରେ ୧୦ ଗ୍ରାମ ପିଛା ୫୯୯୩୪.୦୦ଟଙ୍କା ରହିଥିଲା। ଏହା ପରେ ଅପରାହ୍ନରେ ଏମସିଏକ୍ସରେ ୧୦ ଗ୍ରାମ ପ୍ରତି ସୁନା ମୂଲ୍ୟ ହ୍ରାସ ପାଇ ୫୯୮୮୨.୦୦ ଟଙ୍କାରେ ପହଞ୍ଚିଛି।

ଅନ୍ୟପକ୍ଷରେ, ଯଦି ଆମେ ରୂପା ବିଷୟରେ କହିବ ତେବେ ଏହା ଆଜି ମଲ୍ଟି କମୋଡିଟି ଏକ୍ସଚେଞ୍ଜ (ଏମସିଏକ୍ସ) ରେ ରୂପା କିଲୋଗ୍ରାମ ପ୍ରତି ୭୩୮୬୦ .୦୦ ଟଙ୍କା ହୋଇଛି। ଅପରାହ୍ନରେ ଏହା ୩୧୭.୦୦ଟଙ୍କା ଅର୍ଥ‌ାତ ୦.୪୩ ପ୍ରତିଶତ ହ୍ରାସ ପାଇ ୭୩୯୮୭.୦୦ଟଙ୍କାରେ ପହଞ୍ଚିଛି।

ସୂଚନାଯୋଗ୍ୟ, ଆଜି ବୃଦ୍ଧି ପାଇଥିବା ସୁନା ଦର ଅନୁଯାୟୀ ଦିଲ୍ଲୀରେ ୧୦ଗ୍ରାମର ୨୪ କ୍ୟାରେଟ ସୁନା ମୂଲ୍ୟ ୬୦, ୮୩୦ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ୫୫,୭୫୦ଟଙ୍କା ରହିଛି।

ସେହିପରି ମୁମ୍ବାଇରେ ୧୦ଗ୍ରାମର ୨୪ କ୍ୟାରେଟ ସୁନା ମୂଲ୍ୟ ୬୦, ୬୫୦ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ୫୫,୬୦୦ଟଙ୍କା ରହିଛି।

କୋଲକାତାରେ ୧୦ଗ୍ରାମର ୨୪ କ୍ୟାରେଟ ସୁନା ମୂଲ୍ୟ ୬୦, ୬୮୦ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ୫୫,୦୦୦ଟଙ୍କା ରହିଛି।

ଚେନ୍ନାଇରେ ୧୦ଗ୍ରାମର ୨୪ କ୍ୟାରେଟ ସୁନା ମୂଲ୍ୟ ୫୨,୨୮୫, ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ୪୭,୯୨୭ଟଙ୍କା ରହିଛି।

ସମ୍ବନ୍ଧିତ ଖବର