ନୂଆଦିଲ୍ଲୀ: ସୋମବାର ସୁନା ଓ ରୁପା ଦରରେ ପରିବର୍ତ୍ତନ ହୋଇଛି। ଭାରତୀୟ ସରଫା ବଜାରରେ ୧୦ ଗ୍ରାମ ସୁନା ଦର ୪୯,୧୬୩ ଟଙ୍କା ରହିଛି। ସେହିପରି ଗୋଟିଏ କିଲୋ ରୁପା ମୂଲ୍ୟ ୬୬୪୮୮ରେ ପହଞ୍ଚିଛି।
ଗତ ଶୁକ୍ରବାର ତୁଳନାରେ ସୁନା ଓ ରୁପା ଦର ଅଧିକ ବୃଦ୍ଧି ପାଇଛି। ୯୯୯ଶୁଦ୍ଧତା ସୁନା ପ୍ରତି ୧୦ ଗ୍ରାମକୁ ୪୯୧୬୩ଟଙ୍କା ରହିଥିବା ବେଳେ ୯୯୫ ଶୁଦ୍ଧତା ସୁନା ଦର ୪୮୯୬୬ଟଙ୍କା, ୯୧୬ ଶୁଦ୍ଧତା ସୁନା ୪୫୦୩୩ଟଙ୍କର, ୭୫୦ ଶୁଦ୍ଧତା ସୁନା ୩୬୮୭୨ଟଙ୍କା, ୫୮୫ ଶୁଦ୍ଧତା ସୁନା ୨୮୭୬୦ଟଙ୍କା ରହିଛି। ସେହିପରି ୯୯୯ ଶୁଦ୍ଧତା ରୁପା ମୂଲ୍ୟ ୬୬୪୮୮ଟଙ୍କା ରହିଛି।
/sambad/media/post_attachments/wp-content/uploads/2021/11/gold-7.jpg)
୯୯୯ ଶୁଦ୍ଧତା ସୁନା ପ୍ରତି ୧୦ ଗ୍ରାମକୁ ୧୬୦ଟଙ୍କା ବୃଦ୍ଧି ପାଇଥିବା ବେଳେ ୯୯୫ ଶୁଦ୍ଧତା ସୁନା ଦର ୧୫୯ଟଙ୍କା, ୯୧୬ ଶୁଦ୍ଧତା ସୁନା ୧୪୬ଟଙ୍କା, ୭୫୦ ଶୁଦ୍ଧତା ସୁନା ୧୨୦ଟଙ୍କା, ୫୮୫ ଶୁଦ୍ଧତା ସୁନା ୯୩ଟଙ୍କା ବୃଦ୍ଧି ପାଇଛି।। ସେହିପରି ଏକ କିଲୋ ରୁପାର ମୂଲ୍ୟ ୨୦୩ ଟଙ୍କା ବଢ଼ିଛି।