କମିଲା ସୁନା ଓ ରୂପା ଦର !

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ବଜାରର ମାନ୍ଦାବସ୍ଥା ତଥା ଘରୋଇ ବଜାରରେ ଗହଣା ବ୍ୟବସାୟୀଙ୍କ ମଧ୍ୟରେ ସୁନା ଚାହିଦା କମିଥିବାରୁ ଭାରତରେ ସୁନାଦର ହ୍ରାସ ପାଇଛି । ଶୁକ୍ରବାର ଦିନ ଦିଲ୍ଲୀରେ ସୁନା ମୂଲ୍ୟ ଦଶଗ୍ରାମ୍‌ ପିଛା ୨୬୫ ଟଙ୍କା ହ୍ରାସ ପାଇ ୨୮ହଜାର ୪୯୫ ଟଙ୍କାରେ ପହଞ୍ଚିବାବେଳେ ରୁପା ମୂଲ୍ୟ କିଲୋଗ୍ରାମ ପିଛା ୨୫୦ଟଙ୍କା ହ୍ରାସ ପାଇ ୩୬ ହଜାର ୬୨୦ ଟଙ୍କାରେ ପହଞ୍ଚିଛି। ଏହି ହ୍ରାସ ସହ ସୁନାମୂଲ୍ୟ ଗତ ୪ ମାସରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି, ଫଳରେ ଗହଣାପ୍ରେମୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି ।

ସମ୍ବନ୍ଧିତ ଖବର