ନୂଆଦିଲ୍ଲୀ: ଆପଣବି ଯଦି ସୁନା କିଣିବା ପାଇଁ ସ୍ଥିର କରିଛନ୍ତି ତେବେ ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆସିଛି। ଗୁରୁବାର ସୁନାଦର ୩୬୫ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଛି। ଅର୍ଥାତ ଏହି ଦର ହ୍ରାସ ପାଇବା ପରେ ୧୦ଗ୍ରାମ ସୁନା ମୂଲ୍ୟ ୩୦, ୫୦୦ଟଙ୍କା ରହିଛି।
/sambad/media/post_attachments/wp-content/uploads/2018/08/images-1-1.jpg)
ସୂଚନାଯୋଗ୍ୟ, ସୁନା ଦର ହ୍ରାସ ପାଇବାର ମୁଖ୍ୟ କାରଣ ହେଉଛି ଅନ୍ତଜାର୍ତୀୟ ବଜାରରେ ସୁନା ଓ ରୁପା ମୂଲ୍ୟ ହ୍ରାସ ଓ ସ୍ଥାନୀୟ ଗହଣା ବ୍ୟବସାୟୀଙ୍କ କମ୍ ଦାବି ହେତୁ। ଦିଲ୍ଲୀ ଗହଣା ବଜାରରେ ୧୦ଗ୍ରାମ ସୁନା ମୂଲ୍ୟ ୩୦, ୫୦୦ଟଙ୍କା ରହିଛି। ରାଜଧାନୀ ଦିଲ୍ଲୀରେ ୯୯.୫ ପ୍ରତିଶତ ୧୦ଗ୍ରାମ ଶୁଦ୍ଧ ସୁନା ମୂଲ୍ୟ ୩୦, ୨୮୫ ଟଙ୍କା ଥିବା ବେଳେ ୮ଗ୍ରାମ ଗ୍ରିନ୍ନି ସୁନାର ମୂଲ୍ୟ ୨୪, ୬୦୦ଟଙ୍କା ରହିଛି। ସେହିପରି ସୁନା ସହିତ ରୁପା ମୂଲ୍ୟ ବି ହ୍ରାସ ପାଇଛି। ଗୁରୁବାର ରୁପା ମୂଲ୍ୟ କିଲୋଗ୍ରାମ ପିଛା ୫୦ଟଙ୍କା ହ୍ରାସ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/08/IndiaTvd00e73_gold.jpg)