ନୂଆଦିଲ୍ଲୀ: ଭାରତୀୟ ସର୍ରାଫା ବଜାରରେ ଆଜି ଅର୍ଥାତ ୨୦୨୩ ମସିହା ଫେବୃଆରି ୧୬ ତାରିଖରେ ରୁପା ମୂଲ୍ୟ ବୃଦ୍ଧି ପାଇଥିବା ବେଳେ ସୁନା ଦର ହ୍ରାସ ହୋଇଥିବା ଖବର ମିଳିଛି। ସୁନା ଦର ପ୍ରତି ୧୦ଗ୍ରାମ ପିଛା ୫୬ହଜାର ଟଙ୍କା ରହିଥିବା କୁହାଯାଉଛି। ସେହିପରି ରୁପା ଦର ପ୍ରତି କିଲୋ ପିଛା ୬୫ହଜାରରୁ ଅଧିକ ଟଙ୍କା ରହିଛି।

Advertisment

ଜାତୀୟ ସ୍ତର‌ରେ ୯୯୯ ଶୁଦ୍ଧତା ଥିବା ୨୪ କ୍ୟା‌ରେଟ ୧୦ଗ୍ରାମ ସୁନା ମୂଲ୍ୟ ୫୬୩୪୩ଟଙ୍କା ରହିଛି। ଏହି କ୍ରମରେ ୯୯୯ଶୁଦ୍ଧତା ରୁପା ମୁଲ୍ୟ ୬୫୪୭୪ଟଙ୍କାରେ ପହଞ୍ଚିଛି।

ଇଣ୍ଡିୟା ବୁଲିୟନ ଆଣ୍ଡ ଜୁଏଲର୍ସ ଆସୋସିଏସନ ମୁତାବକ ବୁଧବାର ସନ୍ଧ୍ୟାରେ ୨୪ କ୍ୟାରେଟ ଶୁଦ୍ଧତା ସୁନା ୫୬୪୭୮ଟଙ୍କା ପ୍ରତି ୧୦ ଗ୍ରାମ ଥିଲା ବେନଳେ ଆଜି ସକାଳେ ଏହାର ମୂଲ୍ୟ ୫୬୩୪୩ଟଙ୍କାରେ ପହଞ୍ଚଥିଲା। ଏହି କ୍ରମରେ ଶୁଦ୍ଧତା ଆଧାର‌ରେ ସୁନା ଦର ଶସ୍ତା ଓ ରୂପା ଦର ମହଙ୍ଗା ହୋଇଛି।

ଅଧିକାରିକ ୱେବସାଇଟ ibjarates.com ମୁତାବକ, ଆଜି ସକାଳେ ୯୯୫ ଶୁଦ୍ଧତା ଥିବା ଦଶଗ୍ରାମ ସୁନା ମୂଲ୍ୟ ହ୍ରାସ ପାଇ ୫୬୧୧୭ଟଙ୍କାରେ ପହଞ୍ଚିଛି। ସେହିପରି ୯୧୬ ଶୁଦ୍ଧତା ଥିବା ସୁନା ଆଜି ୫୧୬୧୦ଟଙ୍କା ହୋଇଯାଇଛି। ଏତଦ ବ୍ୟତୀତ ୭୫୦ ଶୁଦ୍ଧତା ସୁନା ମୂଲ୍ୟ ହ୍ରାସ ପାଇ ୪୨୨୫୭ରେ ପହଞ୍ଚିଛି। ୫୮୫ ଶୁଦ୍ଧତା ଥିବା ସୁନା ଆଜି ଶସ୍ତା ହୋଇ ୩୨୯୬୧ ଦରକୁ ଖସି ଆସିଛି। ଏହି କ୍ରମରେ ୯୯୯ଶୁଦ୍ଧତା ଥିବା ଏକକିଲୋ ରୁପା ଆଜି ୬୫୪୭୪ଟଙ୍କାରେ ପହଞ୍ଚିଛି।

ତେବେ ୨୨ କ୍ୟାରେଟ ଓ ୧୮ କ୍ୟାରେଟ ସୁନା ଦର ଜାଣିବା ପାଇଁ ୮୯୫୫୬୬୪୪୩୩ ନମ୍ବରରେ ମସିକଲ ଦେଇ ପାରିବେ। କିଛି ସମୟ ମଧ୍ୟରେ ଏସଏମଏସ ଜରିଆରେ ଏହାର ମୂଲ୍ୟ କେ‌ତେ ଅଛି, ତାହାର ସୂଚନା ମିଳି ପାରିବ। ଏଥିପାଇଁ କ୍ରମାଗତ ଏସମ୍ପର୍କରେ ସୂଚନା ପାଇବା ପାଇଁ www.ibja.co ଓ ibjarates.com କୁ ଯାଇ ଦେଖି ପାରିବ।