ହ୍ରାସ ପାଇଲା ସୁନା ଓ ରୁପା ଦର

ନୂଆଦିଲ୍ଲୀ: ଭାରତୀୟ ସର୍ରାଫା ବଜାରରେ ଆଜି ଅର୍ଥାତ ୨୦୨୩ ମସିହା ଜାନୁଆରି ୨୩ ତାରିଖରେ ସୁନା ଓ ରୁପା ମୂଲ୍ୟ ହ୍ରାସ ପାଇଥିବା ଖବର ମିଳିଛି। ସୁନା ଦର ପ୍ରତି ୧୦ଗ୍ରାମ ପିଛା ୫୭ହଜାର ଟଙ୍କା ଥିବା କୁହାଯାଉଛି। ସେହିପରି ରୁପା ଦର ପ୍ରତି କିଲୋ ପିଛା  ୬୮ହଜାର ଟଙ୍କା ରହିଛି।

ଜାତୀୟ ସ୍ତର‌ରେ ୯୯୯ ଶୁଦ୍ଧତା ଥିବା ୨୪ କ୍ୟା‌ରେଟ ୧୦ଗ୍ରାମ ସୁନା ମୂଲ୍ୟ ୫୭୦୧୩ଟଙ୍କା ରହିଛି। ଏହି କ୍ରମରେ ୯୯୯ଶୁଦ୍ଧତା ରୁପା ମୁଲ୍ୟ ୬୮୩୭୧ଟଙ୍କାରେ ପହଞ୍ଚିଛି।

ଇଣ୍ଡିୟା ବୁଲିୟନ ଆଣ୍ଡ ଜୁଏଲର୍ସ ଆସୋସିଏସନ ମୁତାବକ ଶୁକ୍ରବ‌ାର ସନ୍ଧ୍ୟାରେ ୨୪ କ୍ୟାରେଟ ଶୁଦ୍ଧତା ସୁନା ୫୭୦୫୦ଟଙ୍କା ପ୍ରତି ୧୦ ଗ୍ରାମ ଥିଲା ବ‌େଳେ ଆଜି ସକାଳେ ଏହାର ମୂଲ୍ୟ ୫୭୦୧୩ ଟଙ୍କାରେ ପହଞ୍ଚଥିଲା। ଏହି କ୍ରମରେ ଶୁଦ୍ଧତା ଆଧାର‌ରେ ସୁନା ଓ ରୂପା ଦର ଶସ୍ତା ହୋଇଛି।

ଅଧିକାରିକ ୱେବସାଇଟ ibjarates.com  ମୁତାବକ, ଆଜି ସକାଳେ ୯୯୫ ଶୁଦ୍ଧତା ଥିବା ଦଶଗ୍ରାମ ସୁନା ମୂଲ୍ୟ ହ୍ରାସ ପାଇ ୫୬୭୮୫ଟଙ୍କାରେ ପହଞ୍ଚିଛି। ସେହିପରି ୯୧୬ ଶୁଦ୍ଧତା ଥିବା ସୁନା ଆଜି ୫୨୨୨୪ଟଙ୍କା ହୋଇଯାଇଛି। ଏତଦ ବ୍ୟତୀତ ୭୫୦ ଶୁଦ୍ଧତା ସୁନା ମୂଲ୍ୟ ହ୍ରାସ ପାଇ ୪୨୭୬୦ରେ ପହଞ୍ଚିଛି। ୫୮୫ ଶୁଦ୍ଧତା ଥିବା ସୁନା ଆଜି ଶସ୍ତା ହୋଇ ୩୩୩୫୩ ଦରକୁ  ଖସି ଆସିଛି। ଏହି କ୍ରମରେ ୯୯୯ଶୁଦ୍ଧତା ଥିବା ଏକକିଲୋ ରୁପା ଆଜି ୬୮୩୭୧ଟଙ୍କାରେ ପହଞ୍ଚିଛି।

ତେବେ ୨୨ କ୍ୟାରେଟ ଓ ୧୮ କ୍ୟାରେଟ ସୁନା ଦର ଜାଣିବା ପାଇଁ ୮୯୫୫୬୬୪୪୩୩ ନମ୍ବରରେ ମସିକଲ ଦେଇ ପାରିବେ। କିଛି ସମୟ ମଧ୍ୟରେ ଏସଏମଏସ ଜରିଆରେ ଏହାର ମୂଲ୍ୟ କେ‌ତେ ଅଛି, ତାହାର ସୂଚନା ମିଳି ପାରିବ। ଏଥିପାଇଁ କ୍ରମାଗତ ଏସମ୍ପର୍କରେ ସୂଚନା ପାଇବା ପାଇଁ www.ibja.co ଓ ibjarates.com କୁ  ଯାଇ ଦେଖି ପାରିବ।

 

ସମ୍ବନ୍ଧିତ ଖବର