ବଢିଲା ସୁନା ଓ ରୁପା ଦର

ନୂଆଦିଲ୍ଲୀ : କିଛି ଦିନ ଧରି କମିବା ପରେ ଦେଶରେ ସୁନା ଓ ରୁପା ଦର ପୁଣି ବଢିଚାଲିଛି । ସୋମବାରଦିନ ଦିଲ୍ଲୀରେ ସୁନା ୧୦ ଗ୍ରାମ ପିଛା ୪୧୧ ଟଙ୍କା ବୃଦ୍ଧି ପାଇ ୪୭,୨୯୧ ଟଙ୍କାରେ ପହଞ୍ଚିଛି । ସେହିପରି ରୁପା କିଲୋଗ୍ରାମ ପିଛା ୩୩୮ ଟଙ୍କା ବୃଦ୍ଧି ପାଇ ୬୮,୩୩୫ ଟଙ୍କାକୁ ବୃଦ୍ଧି ପାଇଛି ।

ସମଗ୍ର ବିଶ୍ବରେ ପୁଣି କରୋନା ସଂକ୍ରମଣ ବୃଦ୍ଧି ପାଇବା ପରେ ପୁଞ୍ଜି ବଜାରରେ ହ୍ରାସ ପରିଲକ୍ଷିତ ହୋଇଛି । ଏହା ଫଳରେ ନିବେଶକମାନେ ଷ୍ଟକବଜାରରେ ନିବେଶ କରିବା ଅପେକ୍ଷା ବୁଲିୟନ (ସୁନା,ରୁପା)ରେ ନିବେଶକୁ ସୁରକ୍ଷିତ ମନେ କରୁଛନ୍ତି । ଏହା ଫଳରେ ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୁପାଦର ବୃଦ୍ଧି ପାଉଛି । ସେହିପରି ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଫଳରେ ମଧ୍ୟ ଘରୋଇ ବଜାରରେ ସୁନା ଦର ବୃଦ୍ଧି ପାଉଛି ।

ଅନ୍ତର୍ଜାତୀୟ ବଜାରରେ ସୁନା ଦର ଆଉନ୍ସ ପିଛା ୧୭୮୭ ଡଲାରକୁ ବୃଦ୍ଧି ପାଇଥିବାବେଳେ ରୁପା ଆଉନ୍ସ ପିଛା ୨୬.୦୮ ଡଲାରକୁ ବୃଦ୍ଧି ପାଇଛି । ସୂଚନାଯୋଗ୍ୟ ଯେ ଗୋଟିଏ ଆଉନ୍ସ ହେଉଛି ୨୮.୩୪ ଗ୍ରାମ ।

ଅନ୍ୟପକ୍ଷରେ ସୋମବାର କାରବାର ଆରମ୍ଭ ବେଳକୁ ଡଲାର ତୁଳନାରେ ଟଙ୍କାମୂଲ୍ୟ ୫୨ ପଇସା ଅବନତି ଘଟି ୭୪.୮୭ରେ ପହଞ୍ଚିଛି ।

 

ସମ୍ବନ୍ଧିତ ଖବର