ଭୁବନେଶ୍ବର: ଦୀର୍ଘଦିନର ବ୍ୟବଧାନ ପରେ ଆଜି ବଜାରରେ ସୁନା ଓ ରୁପା ମୂଲ୍ୟରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୧୦ ଗ୍ରାମ୍‌ ପିଛା ୭୬୦ ଟଙ୍କା ହ୍ରାସ ପାଇ ଭୁବନେଶ୍ବର ବଜାରରେ ଆଜି ୭୨୫୫୦ ଟଙ୍କା ରହିଛି। ସେହିଭଳି ୨୨ କ୍ୟାରେଟ୍‌ ସୁନା ମୂଲ୍ୟରେ ୭୦୦ ଟଙ୍କା ହ୍ରାସ ଘଟି ୬୬,୫୦୦ ଟଙ୍କାରେ ବିକ୍ରି ହେଉଛି। ତେବେ ଅନ୍ୟ କେତେକ ପ୍ରମୁଖ ସୋରୁମ୍‌ରେ ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୭୨୩୫୦ ଟଙ୍କାକୁ ଏବଂ ୨୨ କ୍ୟାରେଟ୍‌ ସୁନା ମୂଲ୍ୟ ୬୬୩୦୦ ଟଙ୍କା ସ୍ତରକୁ ଖସିଆସିଛି। ସେହିଭଳି ହୀରା ମୂଲ୍ୟ ଆଜି କିଲୋଗ୍ରାମ ପିଛା ୧୦୦୦ ଟଙ୍କା ହ୍ରାସ ପାଇ ୮୯ ହଜାର ଟଙ୍କାକୁ କମିଯାଇଛି।

Advertisment

ଗତ କିଛିଦିନ ହେଲା ଏହି ଦୁଇ ମୂଲ୍ୟବାନ ଧାତୁରେ ମୁଖ୍ୟତଃ ବୃଦ୍ଧି ଘଟୁଥିଲା। ଏଥିଯୋଗୁ ଗୁରୁବାର ଭୁବନେଶ୍ବର ବଜାରରେ ୨୨ କ୍ୟାରେଟ୍‌ ସୁନା ମୂଲ୍ୟ ୭୩ ହଜାର ଟଙ୍କା ଟପିଯାଇଥିଲା। ସେହିଭଳି ୨୨ କ୍ୟାରେଟ୍‌ ସୁନା ମୂଲ୍ୟ ୬୭ ହଜାର ନିକଟତର ହୋଇଥିଲା। ସେହିଭଳି ରୁପା ମୂଲ୍ୟ କିଲୋଗ୍ରାମ ପିଛା ୯୦ ହଜାର ଟଙ୍କା ଛୁଇଁଥିଲା। ଏଥିଯୋଗୁ ସାଧାରଣ ଗ୍ରାହକଙ୍କ ଚିନ୍ତା ବଢ଼ିଯାଇଥିଲା। କିନ୍ତୁ ଆଜିର ଦର ହ୍ରାସ ସୁନା ଓ ରୁପା ଗ୍ରାହକଙ୍କ ପାଇଁ କିଛିଟା ଆଶ୍ବସ୍ତି ଆଣିଛି।