ନୂଆଦିଲ୍ଲୀ: ବିଦେଶୀ ମୁଦ୍ରା ସଞ୍ଚୟ କରିବା ଓ ଦରଦାମ୍ ସ୍ଥିତି ଉପରେ ନିୟନ୍ତ୍ରଣ ହାସଲ କରିବା ଲାଗି ସୁନା ଆମଦାନି ଉପରେ ସରକାର ଶୁଳ୍କକୁ ୭.୫%ରୁ ବଢ଼ାଇ ୧୨.୫% କରିଛନ୍ତି। ଏହାର ପ୍ରଭାବରେ ୨୦୨୨ରେ ଭାରତକୁ ସୁନା ଚୋରାଚାଲାଣରେ ୩୩ ପ୍ରତିଶତ ବୃଦ୍ଧି ହେବ। ଦେଶକୁ ୧୬୦ ଟନ୍ ସୁନା ଚୋରାଚାଲାଣ ହେବାର ଆଶଙ୍କା ରହିଛି ବୋଲି ବିଶ୍ବ ସୁନା ପରିଷଦ (ଡବ୍ଲୁଜିସି) ଆକଳନ କରିଛି। ଜିଇସି ଆକଳନ ଅନୁସାରେ ୨୦୨୨ରେ ଭାରତୀୟମାନେ ପ୍ରାୟ ୮୦୦ ଟନ୍ ସୁନା କିଣିବେ ଯାହା ୨୦୨୧ର ୭୯୭ ଟନ୍ ତୁଳନାରେ ଅଧିକ। ଶୁଳ୍କରେ ବୃଦ୍ଧି, ଦରଦାମ୍ ସ୍ଥିତି ଓ ଆନ୍ତର୍ଜାତିକ ଦୃଶ୍ୟପଟ୍ଟରେ ଅନିଶ୍ଚିତତା ଲାଗି ରହିଥିବା ସତ୍ତ୍ବେ ସୁନା ବ୍ୟବହାର ବଢ଼ିବ। ସାରା ବିଶ୍ବରେ ବାର୍ ଓ କଏନ୍ ନିବେଶ ୨୪୫ ଟନ୍ରେ ଅପରିବର୍ତ୍ତିତ ରହିଛି। ଚୀନ୍ରେ ଏହି ନିବେଶ ହ୍ରାସ ପାଇଥିବା ବେଳେ ଭାରତ, ମଧ୍ୟ ପ୍ରାଚ୍ୟ ଓ ତୁର୍କୀରେ ବଢ଼ିଛି। ଡବ୍ଲୁଜିସି ପକ୍ଷରୁ କୁହାଯାଇଛି ଯେ ୨୦୨୨ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୈମାସିକରେ ସୁନା ବଜାର ପାଇଁ ମିଶ୍ରିତ ସମୟ ଥିଲା। ଗୋଟିଏ ପଟେ ନିବେଶ ଦୃଷ୍ଟିରୁ ସୁନାର ଚାହିଦା ବଢ଼ିଥିବା ବେଳେ ଅନ୍ୟ ପଟେ ଟଙ୍କା ତୁଳନାରେ ଡଲାର ଶକ୍ତିଶାଳୀ ରହିବା ଓ ଉଚ୍ଚ ମଦ୍ରାସ୍ଫୀତି ଯୋଗୁଁ ଆହ୍ବାନ ମଧ୍ୟ ଦେଖାଦେଇଥିଲା। ଏହି ସମୟରେ ସୁନା ଇଟିଏଫ୍ରେ ୩୯ ଟନ୍ ହ୍ରାସ ଘଟିଛି।
ସୁନା ଚୋରାଚାଲାଣ ୧୬୦ ଟନ୍ ଟପିବ
/sambad/media/post_attachments/wp-content/uploads/2022/03/gold-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)