୫୦ ହଜାର ଟପିବ ସୁନା!

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ବଜାରରେ ସୁନା ଦର ପୁଣି ବଢ଼ିବାରେ ଲାଗିଛି। ବିଶ୍ବରେ କରୋନା ସଂକ୍ରମଣ ବଢ଼ିବା ପରେ ଅର୍ଥନୈତିକ ଅଭିବୃଦ୍ଧି ପ୍ରଭାବିତ ହୋଇଛି। ଫଳରେ ସୁନାରେ ନିବେଶ କରିବାକୁ ନିବେଶକମାନେ ଅଧିକ ନିରାପଦ ମନେ କରୁଛନ୍ତି। ମଲ୍ଟି ‌କମୋଡିଟି ଏକ୍ସଚେଞ୍ଜ (ଏମ୍‌ସିଏକ୍ସ)ରେ ସୁନା ଦର ୧୦ ଗ୍ରାମ ପିଛା ଏବେ ୪୭ ହଜାର ଟଙ୍କା ଟପିଯାଇଛି, ଯାହାକି ଗତ ୭ ସପ୍ତାହ ମଧ୍ୟରେ ସର୍ବାଧିକ। ଗତ ୩ ସପ୍ତାହରେ ସୁନା ଦାମ୍ ପାଖାପାଖି ୫.୪୦ ପ୍ରତିଶତ ବଢ଼ି ୪୭୧୭୫ ଟଙ୍କାରେ ପହଞ୍ଚିଛି।

ସମ୍ବନ୍ଧିତ ଖବର