ସୁନାଦର ୩୦,୫୦୦ ଟପିଲା

ନୂଆଦିଲ୍ଲୀ: ସୁନାଦର ସୋମବାରଦିନ ୧୦ ଗ୍ରାମ ପିଛା ୧୦୦ ଟଙ୍କା ବଢି ୩୦,୫୫୦ ଟଙ୍କାକୁ ଟପିଯାଇଛି। ଅନ୍ତର୍ଜାତୀୟ ବଜାରରେ ଡଲାର ଦୂର୍ବଳ ହେବା ଓ ଘରୋଇ ବଜାରରେ ବିବାହ ଋତୁ ଯୋଗୁଁ ଚାହିଦା ବଢିବା ଫଳରେ ସୁନାଦର ବଢୁଥିବା ବଜାର ବିଶେଷଜ୍ଞ ଓ ଟ୍ରେଡରମାନେ କହିଛନ୍ତି ।

ରୂପାଦର ମଧ୍ୟ କିଲୋଗ୍ରାମ ପିଛା ୧୦୦ ଟଙ୍କା ବଢିବା ସହ ୪୦,୪୦୦ ଟଙ୍କାରେ ପହଞ୍ଚିଛି । ଡଲାର ଦୂର୍ବଳ ହେବା, ଶିଳ୍ପ ସଂସ୍ଥା ଓ ରୂପାମୁଦ୍ରା ଉତ୍ପାଦନକାରୀଙ୍କ ପକ୍ଷରୁ ଅଧିକ ରୂପା କ୍ରୟ ଯୋଗୁଁ ଦର ବଢିଥିବା ଟ୍ରେଡରମାନେ କହିଛନ୍ତି ।

ଦିଲ୍ଲୀ ବଜାରରେ ଉଭୟ ୯୯.୯ ପ୍ରତିଶତ ଓ ୯୯.୫ ପ୍ରତିଶତ ଶୁଦ୍ଧତାର ସୁନା ୧୦ ଗ୍ରାମ ପିଛା ୧୦୦ ଟଙ୍କା ଲେଖାଏଁ ବଢି ଯଥାକ୍ରମେ ୩୦,୫୫୦ ଟଙ୍କା ଓ ୩୦,୪୦୦ ଟଙ୍କାରେ ପହଞ୍ଚିଛି ।

ଅନ୍ତର୍ଜାତୀୟ ବଜାରରେ ସୁନା ଦର ୦.୨୭ ପ୍ରତିଶତ ବଢିବା ସହ ଆଉନ୍ସ ପିଛା ୧୨୯୧.୪୦ ଡଲାରରେ ପହଞ୍ଚିଛି । ଆମେରିକୀୟ ଡଲାରର ଦର ବିଗତ ୨ ମାସର ସର୍ବନିମ୍ନ ସ୍ତରରେ ପହଞ୍ଚିଛି, ଏହା ଫଳରେ ନିବେଶକମାନେ ସୁନାରେ ନିବେଶ କରିବାକୁ ଅଧିକ ନିରାପଦ ମନେକରୁଛନ୍ତି ବୋଲି ବିଶେଷଜ୍ଞମାନେ କହିଛନ୍ତି ।

ସମ୍ବନ୍ଧିତ ଖବର