ଖୁସି ଖବର! ସହରରେ ଚାକିରି ଖୋଜୁଛନ୍ତି କି? ଚାକିରି ‌କ୍ଷେତ୍ରରେ ଯୋଡ଼ି ହୋଇଛି ନୂଆ ପଦବୀ

ନୂଆଦିଲ୍ଲୀ: କରୋନା ଭାଇରସ୍‌ ହେତୁ ଲକ୍ଷ ଲକ୍ଷ ଭାରତୀୟ ନିଜ ଚାକିରି ହରାଇ ବେରୋଜଗାର ପାଲଟିଛନ୍ତି। ଦେଶରେ କରୋନା ସଂକ୍ରମଣ କମିବାର ନା ନେଉନଥିବା ବେଳେ ଭବିଷ୍ୟତକୁ ନେଇ ଏକ ବିରାଟ ପ୍ରଶ୍ନବ‌ାଚୀ ସୃଷ୍ଟି ହୋଇଛି। ମାତ୍ର ମହାମାରୀ କରୋନା ଭାଇରସ୍‌ ଓ ତାକୁ ନିୟନ୍ତ୍ରଣ କରିବାକୁ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ସତ୍ତ୍ବେ ବି ଜୁଲାଇ ମାସରେ ଦେଖିବାକୁ ମିଳିଥିବା କିଛି ନୂଆ ଚାକିରି ସମ୍ବନ୍ଧୀୟ ତଥ୍ୟ ଏକ ନୂଆ ଆଶା ସୃଷ୍ଟି କରିଛି।

ସେଣ୍ଟ୍ରାଲ୍‌ ଫର୍‌ ମନିଟରିଂ ଇଣ୍ଡିଆ ଇକୋନୋମିିକ୍‌(ସିଏମ୍‌ଆଇ) ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଜୁଲାଇ ମାସରେ ଚାକିରି ସମସ୍ୟା କିଛି ପରିମାଣରେ ହ୍ରାସ ଘଟିଛି। ବିଶେଷ କରି ସହରେ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇଛି।

ପୂର୍ବରୁ ଜୁଲାଇ ମାସରେ ବେରୋଜଗାର ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଥିଲେ ବି ଗତ କିଛି ମାସ ଅପେକ୍ଷା ଚାକିରି କ୍ଷେତ୍ରରେ ଜୁଲାଇ ମାସର ସ୍ଥିତି ଭଲ ରହିଛି ବୋଲି ରିପୋର୍ଟରୁ ଜାଣିବାକୁ ମିଳିଛି।


The Indian Express

ତେବେ ଏ ନେଇ ସିଏମ୍‌ଆଇର ସିଇଓ ମହେଶ ଭ୍ୟାସ୍‌ କହିଛନ୍ତି, ‘ଶ୍ରମିକମାନଙ୍କ ସ୍ଥିତି ସୁଧୁରିଛି। କେବଳ ଶ୍ରମିକ ନୁହଁନ୍ତି, ଜୁଲାଇ ୧୯ ସୁଦ୍ଧା ୩୮.୪ ପ୍ରତିଶତ ଚାକିରି ହାର ବୃଦ୍ଧି ପାଇଛି।’

ସହରରେ ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ବେଶି ଖୁସି ଖବର। ଜୁନ୍‌ ମାସ ଶ୍ରମିକମାନଙ୍କ ପାଇଁ ବିଶେଷ ସୁହାଇବା ପରି ମାସ ଥିବା ବେଳେ ଜୁଲାଇ ମାସରେ ସହରୀ ଚାକିରି କ୍ଷେତ୍ରର ସ୍ଥିତି ବଦଳିଛି ବୋଲି ସୂଚନା ରହିଛି। ଗତ କିଛି ମାସ ମଧ୍ୟରେ ସହରରେ କିଛି ନୂଆ ଚାକିରି ପଦବୀ ଯୋଡ଼ି ହୋଇଛି ବୋଲି ସିଏମ୍‌ଆଇର ସିଇଓ କହିଛନ୍ତି।

ସମ୍ବନ୍ଧିତ ଖବର