ନୂଆଦିଲ୍ଲୀ: ଭାରତୀୟ ରେଳ ଯାତ୍ରୀମାନଙ୍କ ପାଇଁ ଏକ ଆବଶ୍ୟକୀୟ ସୂଚନା। ଅନେକ ସମୟରେ ଯାତ୍ରୀମାନେ ଟ୍ରେନରେ ଖାଇବା ବରାଦ ତ ଦିଅନ୍ତି ମାତ୍ର ସେମାନଙ୍କୁ ଖାଇବାର ଦର ଜଣା ନଥାଏ। ସାଧାରଣ ଜନତାଙ୍କ ଅସଚେତନା ବେଳେ ବେଳେ ସରକାରୀ ଯୋଜନାକୁ ବିଫଳ ହେବାକୁ ବାଧ୍ୟ କରି ପକାଏ। ଏଥିପାଇଁ ଭାରତୀୟ ରେଳବାଇ ନିଜର ଯାତ୍ରୀମାନଙ୍କ ପାଇଁ ଏକ ନୂଆ ସୂଚନା ନେଇ କରି ଆସିଛି।
ରେଳବାଇ ପକ୍ଷରୁ ଟ୍ରେନ୍ରେ ମିଳୁଥିବା ଚା’, ଟିଫିନ୍, ଲଞ୍ଚ ଓ ଡିନର୍ ଆଦିର ଏକ ଦାମ ତାଲିକା ପ୍ରସ୍ତୁତ କରାଯାଇଛି। ଯାହାକି ଜାଣିବା ଅପାଣଙ୍କ ପାଇଁ ଖୁବ୍ ଜରୁରୀ।
/sambad/media/post_attachments/wp-content/uploads/2018/06/food-details-223x300.jpg)
୧୭୦ ମିଲିର ଡିସ୍ପୋଜାଲ୍ କପ୍ରେ ମିଳୁଥିବା ୧୫୦ ମିଲିର ଚା’ ଦର ୫ ଟଙ୍କା। ଜାରି ହୋଇଥିବା ତାଲିକା ମୁତାବକ ଷ୍ଟେସନ୍ ଓ ପ୍ଲାଟଫର୍ମ ଦୁଇଟି ସ୍ଥାନରେ ଏହାର ମୂଲ୍ୟ ସମାନ। ସେହିପରି ଭାବେ କଫିର ମୂଲ୍ୟ ୭ ଟଙ୍କା।
୧୦୦ ମିଲି ପାଣି ରହୁଥିବା ଏ ଲିଟର ପାଣି ବୋତଲର ଦର ରହିଛି ୧୫ ଟଙ୍କା। ସେହିପରି ୫୦୦ ମିଲି ପାଣିର ଦାମ ୧୦ ଟଙ୍କା। ଏହା ବ୍ୟତୀତ ପ୍ରଦାନ କରାଯାଇଥିବା ସୂଚିୀରେ ସମସ୍ତ ଖାଦ୍ୟ ଓ ପାନୀୟର ଦର ଦର୍ଶାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/06/09_06_2018-rail_food_18059281.jpg)