ରେଳଯାତ୍ରୀଙ୍କ ପାଇଁ ଖୁସି ଖବର! ୟୁଟିଏସ୍‌ ମୋବାଇଲ୍‌ ଆପ୍‌ରେ ପୁଣି ଥରେ କରି ହବ ଜେନେରାଲ୍‌ ଟିକେଟ୍‌

ମୁମ୍ବାଇ: ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର। ଦୀର୍ଘ ଦିନ ଧରି ବନ୍ଦ ରହିଥିବା ରେଳବାଇର ୟୁଟିଏସ୍‌ ମୋବାଇଲ୍‌ ଆପ୍‌ରେ ମିଳୁଥିବା ସୁବିଧା ପୁଣି ଥ‌ରେ ଉପଲବ୍ଧ ହେବ। ଏହି ଆପ୍‌ ଜରିଆରେ ଏବେ ଯାତ୍ରୀମାନେ ସେମାନଙ୍କ ଘରେ ବସି ମୋବାଇଲ୍‌ ସାହାଯ୍ୟରେ ଜେନେରାଲ୍‌ ଟିକେଟ୍‌ କରିପାରିବେ।

ଜାଣିବାକୁ ମିଳିଛି ଯେ ପ୍ରାକ୍‌-ଲକ୍‌ଡାଉନ୍‌ ତୁଳନାରେ ୬୫ ପ୍ରତିଶତ ଅଧିକ ମେଲ୍‌ ଟ୍ରେନ୍‌ ଚଳାଚଳ ହୋଇଥିବା ବେଳେ ୯୦ ପ୍ରତିଶତ ସହରାଞ୍ଚଳ ରେଳ ଚଳାଚଳ ଆରମ୍ଭ ହୋଇଛି।

ଏହି ୟୁଟିଏସ୍‌ ଆପ୍‌ ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଫୋନ ବ୍ୟବହାରକାରୀ ନିଜ ନିଜ ମୋବାଇଲ୍‌ରେ ଇନ୍‌ଷ୍ଟଲ୍‌ କରିପାରିବେ। ଏହି ଆପ୍ ବ୍ୟବହାର କରିବାକୁ, ଆପଣଙ୍କୁ ଆପଣଙ୍କ ଜିପିଏସ୍ ସକ୍ରିୟ ରଖିବାକୁ ପଡ଼ିବ।

ୟୁଟିଏସ୍‌ ମୋବାଇଲ୍‌ ଆପରେ ଜେନେରାଲ୍‌ ଟିକେଟ୍‌ ବୁକ୍‌ କରିବା ପରେ ଯାତ୍ରୀଙ୍କୁ ଏକ ପିଏନ୍‌ଆର୍‌ ନମ୍ବର ଦିଆଯିବ। ଗୋଟାଏ ପିଏନ୍‌ଆର୍‌ ନମ୍ବରରେ ୪ଟି ଟିକେଟ୍‌ କରାଯାଇ ପାରିବ। ଏହି ଟିକେଟ୍‌ର ଦେୟ ଆପଣଙ୍କୁ ଡିଜିଟାଲ୍‌ ମୋଡ୍‌ରେ କରିବାକୁ ପଡ଼ିବ।

ଏହି ଆପ୍‌କୁ ବ୍ୟବହାର କରିବା ପାଇଁ ଆପଣଙ୍କୁ ପ୍ରଥମେ ନିଜ ମୋବାଇଲ୍‌ରେ ୟୁଟିଏସ୍‌ ଆପ୍‌ ଡାଉନ୍‌ଲୋଡ କରିବାକୁ ହେବ। ତା’ପରେ ଆପଣ ନିଜର ନାମ, ମୋବାଇଲ୍‌ ନମ୍ବର ଓ ଅନ୍ୟ ଆବଶ୍ୟକୀୟ ତଥ୍ୟ ସେଠାରେ ଦେବେ। ତଥ୍ୟ ଦେବା ପରେ ଆପଣ ଆପ୍‌ରେ ନିଜର ପଞ୍ଜିକରଣ କରାଇନେବେ। ପଞ୍ଜିକରଣ ବେଳେ ଆପଣଙ୍କ ମୋବାଇଲ୍‌କୁ ଏକ ଓଟିପି ଆସିବ। ଆପଣ ଓଟିପି ଦେବା ପରେ ଆପଣଙ୍କ ଫୋନ୍‌କୁ ଆଇଡି ଓ ପାସ୍‌ୱାର୍ଡ ଆସିଯିବ। ସେଠାରେ ଆପଣ ଲଗ୍‌ଇନ୍‌ କରିବା ପରେ ଟିକେଟ୍‌ ବୁକ୍‌ କରିପାରିବେ।

ସମ୍ବନ୍ଧିତ ଖବର